ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ଏନସିପି ମୁଖ୍ୟ ଶରଦ ପାୱାର ଦେଲେ ଇସ୍ତଫା

0

ମୁମ୍ବାଇ: ବେଶ କିଛି ଦିନ ହେବ ମହାରାଷ୍ଟ୍ରରେ ରାଜନୈତିକ ବାତାବରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି କରିଥିବା ବଡ଼ ଘୋଷଣା ସମସ୍ତଙ୍କୁ ଚକିତ କରିଛି। ସେ ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

ପ୍ରେସମିଟ୍ କରି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ତେବେ ଶରଦ ଏକଥା ସ୍ପ‌ଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍‌ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି। ଶରଦ ପାୱାର ଦଳର ମୁଖ୍ୟ ପଦରୁ ଇସ୍ତଫା ଘୋଷଣା କରିବା ପରେ କିଛି ଏନ୍‌ସିପି ନେତା ଏହାକୁ ନେଇ ଆପତ୍ତି ଜାହିର କରିଥିବାର ନଜିର ଆସିଥିଲା।

ଏବେ ଏନସିପିର କିଛି ବିଧାୟକ ଅଜିତ ପାୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସରକାର ଆଡ଼କୁ ଢଳୁ ଥିବା ଚର୍ଚ୍ଚା ହେଉଛି। ତେବେ ଏହାକୁ ଏନସିପି ସୁପ୍ରିମୋ ଭାବେ ଶରଦ ପାୱାର ଖଣ୍ଡନ କରି ଚାଲିଥିଲେ। କିନ୍ତୁ ଏବେ ସେ ହଠାତ୍‌ ସୁପ୍ରିମୋ ପଦରୁ ଇସ୍ତଫା ଦେବା ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଛି।

Leave A Reply

Your email address will not be published.