ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହୁଛି ପାଣିପାଗ ବିଭାଗ ?

0

ଭୁବନେଶ୍ବର: ଆସନ୍ତା ୦୫ ରୁ ରାଜ୍ୟ ର ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା ପ୍ରାୟ ୩-୫°ସି ଯାଏଁ ବଢିବ ତେଣୁ ଦିନ ରେ ଟାଣ ଖରା ସହ ଗୁଳୁଗୁଳି ର ପ୍ରଭାବ ରହିବ। ଏହା ସହ ୦୫ ରୁ କାଳବୈଶାଖୀ ଜନିତ ବର୍ଷା ର ପରିମାଣ ହ୍ରାସ ପାଇବ।

ଅନ୍ୟପଟେ ପାଣିପାଗ ବିଭାଗର କହିବା ଅନୁସାରେ; ୦୬ ମେ, ରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଉତ୍ତର ଦିଗ ରେ ଗତି କରି ଅଧିକ ଶକ୍ତିଶାଳୀ ହେବ। ୦୭ ରେ ଲଘୁଚାପ, ୦୮ ରେ ଅବପାତ ରୂପ ନେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି। ତେବେ ୦୯-୧୦ ରେ ସମ୍ଭବତଃ ଏହି କ୍ଷେତ୍ର ବାତ୍ୟା ରୂପ ନେଇପାରେ।

ତେବେ ଏ ଯାଏଁ ଏହି କ୍ଷେତ୍ର ର ଗତିପଥ ଅସ୍ପଷ୍ଟ ରହିଛି। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ତେବେ ଓଡ଼ିଶା , ପଶ୍ଚିମବଙ୍ଗ, ବାଂଲାଦେଶ, ମିଆମାର ଉପକୂଳ ଉପରେ ନଜର ରହିଛି।। ତେବେ ୦୭-୦୮ ତାରିଖ ବେଳକୁ ଅର୍ଥାତ୍ ଲଘୁଚାପ ସୃଷ୍ଟ ହେଲେ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ।

ସାର୍ଥକ ମିଶ୍ର

Leave A Reply

Your email address will not be published.