ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହୁଛି ପାଣିପାଗ ବିଭାଗ ?

0

ଭୁବନେଶ୍ବର: ଆସନ୍ତା ୦୫ ରୁ ରାଜ୍ୟ ର ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା ପ୍ରାୟ ୩-୫°ସି ଯାଏଁ ବଢିବ ତେଣୁ ଦିନ ରେ ଟାଣ ଖରା ସହ ଗୁଳୁଗୁଳି ର ପ୍ରଭାବ ରହିବ। ଏହା ସହ ୦୫ ରୁ କାଳବୈଶାଖୀ ଜନିତ ବର୍ଷା ର ପରିମାଣ ହ୍ରାସ ପାଇବ।

ଅନ୍ୟପଟେ ପାଣିପାଗ ବିଭାଗର କହିବା ଅନୁସାରେ; ୦୬ ମେ, ରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଉତ୍ତର ଦିଗ ରେ ଗତି କରି ଅଧିକ ଶକ୍ତିଶାଳୀ ହେବ। ୦୭ ରେ ଲଘୁଚାପ, ୦୮ ରେ ଅବପାତ ରୂପ ନେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି। ତେବେ ୦୯-୧୦ ରେ ସମ୍ଭବତଃ ଏହି କ୍ଷେତ୍ର ବାତ୍ୟା ରୂପ ନେଇପାରେ।

ତେବେ ଏ ଯାଏଁ ଏହି କ୍ଷେତ୍ର ର ଗତିପଥ ଅସ୍ପଷ୍ଟ ରହିଛି। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ତେବେ ଓଡ଼ିଶା , ପଶ୍ଚିମବଙ୍ଗ, ବାଂଲାଦେଶ, ମିଆମାର ଉପକୂଳ ଉପରେ ନଜର ରହିଛି।। ତେବେ ୦୭-୦୮ ତାରିଖ ବେଳକୁ ଅର୍ଥାତ୍ ଲଘୁଚାପ ସୃଷ୍ଟ ହେଲେ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ।

ସାର୍ଥକ ମିଶ୍ର

Leave A Reply

Your email address will not be published.