ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆସନ୍ତାକାଲି ଝାରସୁଗୁଡା ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ନବୀନ-ଧର୍ମେନ୍ଦ୍ର

0

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହେଉଥିବାରୁ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ପ୍ରଚାର ପାଇଁ ନବୀନ ଝାରସୁଗୁଡ଼ା ଯିବେ । ସେହିପରି  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର ପାଇଁ ଧର୍ମେନ୍ଦ୍ର ଆସନ୍ତାକାଲି ସକାଳେ ଜନସଭାକୁ ସମ୍ବୋଧିତ କରିବା ସହ ଅପରାହ୍ନରେ ରୋଡ୍ ଶୋ’ କରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଅପରାହ୍ନରେ ଝାରସୁଗୁଡ଼ାର ସର୍କିଟ ହାଉସ୍ ପଡ଼ିଆଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଅପରାହ୍ନ ୩ଟା ୩୫ମିନିଟରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯିବେ । ଝାରସୁଗୁଡ଼ା ବିମାନ ବନ୍ଦର ନିକଟରେ ସର୍କିଟ ହାଉସ ପଡ଼ିଆରେ ଏକ ଜନସଭାରେ ୪ଟା ୩୦ରୁ ୫ଟା ୧୫ମିନିଟ୍ ପର୍ଯ୍ୟନ୍ତ ରହିବେ ।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ଅପରାହ୍ନ ୪ଟାରେ ଝାରସୁଗୁଡ଼ା ବସଷ୍ଟାଣ୍ଡଠାରୁ ସରବହାଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋ’ରେ ଯାଇ ଦଳୀୟ ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.