ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଫାଇଭ୍-ଟି ସଚିବ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡିରେ ପହଂଚିଛନ୍ତି ଫାଇଭ୍-ଟି ସଚିବ । ଜିଲ୍ଲାର ବିକାଶ ପାଇଁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି ।

ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । । ୧୫ ଦିନ ଭିତରେ ପ୍ଲାନ ପ୍ରସ୍ତୁତି କରି ଦାଖଲ କଲେ, ଖୁବଶୀଘ୍ର ମଞ୍ଜୁରୀ ଦିଆଯିବ ବୋଲି କହିଛନ୍ତି । ସେହିପରି ସାନ୍ଦୁଲ ଜଳସେଚନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ମାର୍ଚ୍ଚ ସୁଦ୍ଧା ସରିବ ସାନ୍ଦୁଲ ଜଳ ସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫ ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ । ନର୍ଲା, କେସିଙ୍ଗା, କର୍ଲାମୁଣ୍ଡା ଅଂଚଳର ଚାଷୀ ଉପକୃତ ହେବେ । ଫଳରେ ଲୋକମାନେ ସହଜ ଓ ସୁବିଧାରେ ପାଣି ପାଇପାରିବେ ।

ଏହାପରେ ମିଶନଶକ୍ତି କ୍ୟାଫେ ଗସ୍ତ କରି ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ଭବାନୀପାଟଣା ପୋଲିସ ହାଇସ୍କୁଲଠାରେ ସମସ୍ୟା ସମ୍ପର୍କରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ସେଠାରୁ ଆଶା ସାଗର ଯାଇ ଅନୁଧ୍ୟାନ କରିବା ପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମାଆ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଲଙ୍କେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ଅଢେଇ କୋଟି ଟଙ୍କା ଖର୍ଚ୍ଚହେବ ବୋଲି ଲୋକଙ୍କୁ କହିଛନ୍ତି ।

ମେଡିକାଲ କଲେଜ ଅଡିଟୋରିୟମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଓୟୁଏଟି କଲେଜ ଅଡିଟୋରିୟମରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ପରେ ଭବାନୀପାଟଣା ଟାଉନହଲରେ ଏସଏଚଜିଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ସ୍ପୋର୍ଟ୍ସ ହଷ୍ଟେଲରେ ପିଲାଙ୍କ ସହିତ ଆଲୋଚନା କରିବା ସହ କିଛି ସମୟ ବିତାଇଥିଲେ । ଭଟ୍ଟାଙ୍ଗପଦର ଇକୋ ଟୁରିଜମ କପ୍ଲେକ୍ସରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ରାତ୍ର ରହଣି କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.