ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

0

ମୁମ୍ବାଇ: ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ୬.୫ ପ୍ରତିଶତରେ ରେପୋ ରେଟ୍ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

ସୂଚନାଯୋଗ୍ୟ, ଦୀର୍ଘ ୧୮ ମାସ ପରେ ଗତ ଏପ୍ରିଲ୍‌ ମାସରେ ‘କଞ୍ଜୁମର୍‌ ପ୍ରାଇସ୍‌-ବେସ୍‌ଡ୍‌ ଇନ୍‌ଫ୍ଲାସନ୍‌’ (ସିପିଆଇ) ହ୍ରାସ ପାଇଥିବା ବେଳେ ମଙ୍ଗଳବାରରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକ ଚାଲିଥିଲା। ଏପ୍ରିଲ୍‌ ମାସଠାରୁ ମେ ମାସରେ ମୁଦ୍ରାସ୍ଫୀତି ଆହୁରି ହ୍ରାସ ପାଇବ ବୋଲି ଅଳ୍ପ ଦିନ ତଳେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର କହିଥିଲେ। ଆଜି ‘ଏମ୍‌ପିସି’ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର୍‌ ଦାସ କହିଛନ୍ତି, ସାମଗ୍ରିକ ମୁଦ୍ରାସ୍ଫୀତି ନିର୍ଦ୍ଧାରିତ ଲକ୍ଷ୍ୟ ୪%ରୁ ଅଧିକ ରହୁଛି ଏବଂ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସେମିତି ରହିବ।

୨୦୨୨ ମେ ମାସରେ ଏମପିସିର ଜରୁରୀ ବୈଠକରେ ରେପୋରେଟ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । କ୍ରମାଗତ ଭାବେ ଚାରି ମାସରେ ୬ ଥର ରେପୋ ରେଟ ବଢ଼ାଇଥିଲା ରିଜର୍ଭ ବ୍ୟାଙ୍କ । ଖୁଚୁରା ମୁଦ୍ରାସ୍ଫୀତି ଓ ଆର୍ଥିକ ବୃଦ୍ଧିକୁ ଧ୍ୟାନରେ ରଖି ରେପୋରେଟ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯାଇଥାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଜିଡିପି ବୃଦ୍ଧି ହାର ୮ ପ୍ରତିଶତ, ଦ୍ବିତୀୟ ତୈମାସିକରେ ୬.୫ ପ୍ରତିଶତ, ତୃତୀୟ ତୈମାସିକରେ ୬ ପ୍ରତିଶତ ଓ ଚତୁର୍ଥ ତୈମାସିକରେ ୫.୭ ପ୍ରତିଶତ ରହିପାରେ ବୋଲି ଆରବିଆଇ ଅନୁମାନ କରିଛି ।

୨୦୨୩-୨୪ ଆର୍ଥକ ବର୍ଷରେ ଖୁଚୁରା ମୁଦାସ୍ଫୀତି ୫.୨ ପ୍ରତିଶତରୁ କମାଇ ୫.୧ ପ୍ରତିଶତ ରହିବା ଅନୁମାନ କରିଛି । ମୁଦ୍ରାସ୍ଫୀତି କାବୁ କରିବାକୁ ଆରବିଆଇ ରେପୋରେଟ ବୃଦ୍ଧି କରିଥିବା ବେଳେ ଏଥିରେ ସଫଳତା ମିଳିଛି ବୋଲି ବିଶେଷଜ୍ଞ କହିଛନ୍ତି । ଆଗାମୀ ଦିନରେ ଯଦି ଏହିଭଳି ସ୍ଥିତି ରୁହେ, ରେପୋରେଟ କମାଇବାକୁ ଆରବିଆଇ ନିଷ୍ପତ୍ତି ନେଇପାରେ ବୋଲି ଭଏସ ଅଫ ବ୍ୟାଙ୍କିଂର ଫାଉଣ୍ଡର ଅଶ୍ବନୀ ରାଣା କହିଛନ୍ତି ।

Leave A Reply

Your email address will not be published.