ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବାଂଲାଦେଶକୁ ୭ ଓ୍ବିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

0

ପୁଣେ: ବାଂଲାଦେଶ ବିପକ୍ଷରେ ଭାରତର ବିଜୟ। ଗୁରୁବାର ପୁଣେରେ ଅନୁଷ୍ଠିତ ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ଅପରାଜିତ ଶତକ, ରୋହିତ ଶର୍ମା (୪୮ରନ) ଓ ଶୁଭମନ ଗିଲ( ୫୩ ରନ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ବାଂଲାଦେଶ ଦ୍ବାରା ରଖାଯାଇଥିବା ୨୫୭ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା । ବିରାଟ କୋହଲି ୪୧.୩ ତମ ଓଭରରେ ଛକା ମାରି ନିଜର ୪୮ ତମ ଶତକ ପୂରଣ କରିବା ସହ ଦଳ ପାଇଁ ବିଜୟ ଆଣିଦେଇଥିଲେ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ବାଂଲାଦେଶର ଦୁଇ ଓପନର ତାନଜିଦ ହାସନ ଓ ଲିଟନ ଦାସ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୂଆ ପକାଇଥିଲେ । ହାସନ ୫୧ ରନ ଓ ଲିଟନ ୬୬ ରନ କରିଥିଲେ । ମୁସ୍ତାଫିକୁର ରହିମ ଓ ମହମ୍ମଦୁଲ୍ଲା ଲଢୁଆ ବ୍ୟାଟିଂ ଫଳରେ ବାଂଲାଦେଶ ଏକ ଲଢୁଆ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ରହିମ ୩୮ ରନ ଓ ମହମ୍ମଦୁଲ୍ଲୀ ୪୬ ରନ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୫୬ ରନ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭାରତୀୟ ବୋଲରମାନେ ଭଲ ବୋଲିଂ କରି ପୁଣି ଥରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.