ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

ବଡଓଷା ଲାଗି ଚଳଚଞ୍ଚଳ ବାବା ଧବଳେଶ୍ଵରଙ୍କ ପୀଠ

0

କଟକ: ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ପଞ୍ଚକ। ଧବଳେଶ୍ଵରଙ୍କ ପୀଠରେ ସମାଗମ ହେବେ ହଜାର ହଜାର ଶ୍ରଦ୍ଧାଳୁ। ଏଥର ଝୁଲାପୋଲ ନୂହେଁ ନୂତନ ଭାବେ ନିର୍ମିତ କଂକ୍ରିଟ୍ ସେତୁ ଦେଇ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ସେଥିପାଇଁ ଦେବତ୍ତୋର ବିଭାଗ ପକ୍ଷରୁ କଂକ୍ରିଟ୍ ସେତୁ ଠାରୁ ମନ୍ଦିର ବେଢା ପର୍ୟ୍ୟନ୍ତ ସଂପୂର୍ଣ୍ଣ ବ୍ୟାରିକେଟ କରାଯାଇଛି। ରାତି ୪ଟାରୁ ନୀତିକାନ୍ତି ସଂପୂର୍ଣ୍ଣ କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ଦ୍ବାର ଫିଟାଯିବା ସହ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ପୂଜକ ସମିତି ପକ୍ଷରୁ କୁହାଯାଇଛି। ବାବା ଧବଳେଶ୍ଵରଙ୍କ ବଡଓଷା ଓ ପଞ୍ଚକ ଯାତ୍ରା ପାଇଁ ସଜେଇ ହୋଇଛି ମନ୍ଦିର ସହ ମନ୍ଦିର ବେଢା ।

ପଞ୍ଚୁକ ପାଞ୍ଚ ଦିନ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଓ ଭାବାବେଗକୁ ଦୃଷ୍ଟିରେ ରଖି ଏକକ ଯାତାୟତ ବ୍ୟବସ୍ଥା ସହ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩ ଜଣ ଆଡିସନାଲ ଏସ୍ ପି, ୮ ଜଣ ଡିଏସପି,୧୬ ଜଣ ଇନ୍ସପେକ୍ଟର, ୬୦ ଜଣ ସଵ ଇନ୍ସପେକ୍ଟର ଙ୍କ ସହିତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ଓଡ୍ରାଫ,ଏନ୍ ଡି ଆର ଏଫ,ଓ ଅଗ୍ନିଶମ ବିଭାଗ ମଧ୍ୟ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିବେ।

Leave A Reply

Your email address will not be published.