ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଜାନୁଆରୀ ୨ରୁ ଯୁକ୍ତଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

0

ଭୁବନେଶ୍ବର: ଯୁକ୍ତଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେଉଛି। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚ୍‌ଏସ୍‌ଇ ପକ୍ଷରୁ ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାଯିବ । ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏସବୁ ପହଞ୍ଚିବ।

ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତର ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ଭଲ ଭାବେ ଯାଞ୍ଚ କରିବେ। ପ୍ରଶ୍ନ କିମ୍ବା ଉତ୍ତର ଖାତା‌ରେ ତ୍ରୁଟି ଥିଲେ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍‌ କରି ଜଣାଇବାକୁ କୁହାଯାଇଛି । ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ଓ ପ୍ୟାକେଟ୍‌ ସାମଗ୍ରୀକୁ ସେମାନେ ସାଇତି ରଖିବେ । ୨୦୨୪ ଯୁକ୍ତଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଅତି କମ୍‌ରେ ଏକ ମାସ ପର୍ଯ୍ୟନ୍ତ ସେଗୁଡ଼ିକୁ ଯତ୍ନର ସହ ରଖିବାକୁ କୁହାଯାଇଛି ।

ଜାନୁଆରୀ ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ହେବ । ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍‌ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି। ‌ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.