ପ୍ରମୁଖ ଖବର

ସ୍ୱିଡେନରେ ପ୍ରଧାନମନ୍ତ୍ରୀ ମୋଦୀ; ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର’ ସମ୍ମାନରେ ସମ୍ମାନିତ
ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍‌ ଏଲପିଜି ବୋଝେଇ ଟ୍ୟାଙ୍କର
ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର!
ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ; କଲକାତାରୁ ଜଣେ ଗିରଫ

ରାଉଲକେଲାରେ ହଇଜା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

0

ଭୁବନେଶ୍ବର: ରାଉରକେଲା ସହରରେ ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟଣା ନେଇ ଭିସି ଜରିଆରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୫୮୦ ଜଣ ଆକ୍ରାନ୍ତ ହେଇଥିବାବେଳେ, ୨୮୭ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ୨୪୦ ଜଣ ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି । ତେବେ ଏବେ ବି ପ୍ରାୟ ୨୦ରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହାରି ଭିତରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଗସ୍ତରେ ଯିବେ ।

 

Leave A Reply

Your email address will not be published.