ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନ୍‌ଙ୍କ ପରଲୋକ

0

ଭୁବନେଶ୍ୱର, ଡିସେମ୍ବର ୨୩: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ ହୋଇଛି। ୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର ପରେ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନ୍ ଓଡିଶାର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ରାଜ୍ୟ ସରକାରଙ୍କୁ ବିଶେଷ ଭାବେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ସହାୟତା କରି ସେ ପ୍ରଶଂସିତ ହୋଇଥିଲେ।

ଇଂରାଜୀରେ ରଚିତ ତାଙ୍କ ଆତ୍ମଜୀବନୀ ‘Service Uninterrupted’କୁ ଓଡିଆ ଭାଷାରେ ଦେଖିବାର ତାଙ୍କର ଅଭୀପ୍ସା ସତେ ଯେଭଳି ତାଙ୍କୁ ବଂଚାଇ ରଖିଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କର ଆତ୍ମଜୀବନୀ ଓଡ଼ିଆରେ ଅନୁବାଦ ଓ ପ୍ରକାଶନ କରାଯାଇଥିଲା । ଓଡ଼ିଆରେ ଅନୁବାଦିତ ତାଙ୍କର ଆତ୍ମଜୀବନୀ “ସେବା ଅବ୍ୟାହତ” କୁ ସୋଆର ପ୍ରଫେସର ନଚିକେତା ଖମାରୀ ଶର୍ମା ଅନୁବାଦ କରିଥିଲେ । ଏହି ପୁସ୍ତକକୁ ଗତ ଜୁଲାଇ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ମୋଚନ କରାଯାଇଥିବାବେଳେ ଅଗଷ୍ଟ ୨୦ ତାରିଖରେ ସେ ଭାରତର ରାଷ୍ଟ୍ରପତି ଙ୍କୁ ଔପଚାରିକ ଭାବେ ଭେଟି ଦେଇଥିଲେ ।

ଆଧୁନିକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଠାରେ ୧୨ ଏପ୍ରିଲ ୧୯୩୫ ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ଆଇଏଏସ ଟପ୍ପର ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବେଳେ ଚାକିରୀରୁ ଅବସର ନେବା ପରେ ଓଡିଶାର ରାଜ୍ୟପାଳ ଭାବରେ ୫ ବର୍ଷର କାର୍ଯ୍ୟକାଳ ଭିତରେ ତିନିଜଣ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗୋ, ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ଶ୍ରୀ ନବୀନ ପଟ୍ଟନାୟକ ସହିତ ସେ କାର୍ଯ୍ୟ କରିଥିଲେ ।

“ମାନବ ସେବାରେ ଆଦର୍ଶ ଅବଦାନ” ମାନ୍ୟତା ପାଇଁ ରୋଟାରୀ ଇଟଂରନ୍ୟାସନାଲ ତାଙ୍କୁ ସମ୍ମାନଜନକ ଜୀବନବ୍ୟାପୀ ସଦସ୍ୟତା ପ୍ରଦାନ କରିଥିଲେ । ସେ ଛାଡି ଯାଇଛନ୍ତି ତାଙ୍କର ୬୪ ବର୍ଷର ଜୀବନସାଥୀ ସୁଶୀଳା ରାଜେନ୍ଦ୍ରନ, ଝିଅ ସୁମାଙ୍କ ସହିତ ସାତଜଣ ନାତିନାତୁଣୀଙ୍କୁ।

Leave A Reply

Your email address will not be published.