ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନ୍‌ଙ୍କ ପରଲୋକ

0

ଭୁବନେଶ୍ୱର, ଡିସେମ୍ବର ୨୩: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନଙ୍କର ଶନିବାର ଚେନ୍ନାଇ ଠାରେ ପରଲୋକ ହୋଇଯାଇଛି । ଶନିବାର ଦିନ ୧୨.୩୦ ସମୟରେ ତାଙ୍କର ପରଲୋକ ହୋଇଛି। ୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର ପରେ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନ୍ ଓଡିଶାର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ । ରାଜ୍ୟ ସରକାରଙ୍କୁ ବିଶେଷ ଭାବେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ସହାୟତା କରି ସେ ପ୍ରଶଂସିତ ହୋଇଥିଲେ।

ଇଂରାଜୀରେ ରଚିତ ତାଙ୍କ ଆତ୍ମଜୀବନୀ ‘Service Uninterrupted’କୁ ଓଡିଆ ଭାଷାରେ ଦେଖିବାର ତାଙ୍କର ଅଭୀପ୍ସା ସତେ ଯେଭଳି ତାଙ୍କୁ ବଂଚାଇ ରଖିଥିଲା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କର ଆତ୍ମଜୀବନୀ ଓଡ଼ିଆରେ ଅନୁବାଦ ଓ ପ୍ରକାଶନ କରାଯାଇଥିଲା । ଓଡ଼ିଆରେ ଅନୁବାଦିତ ତାଙ୍କର ଆତ୍ମଜୀବନୀ “ସେବା ଅବ୍ୟାହତ” କୁ ସୋଆର ପ୍ରଫେସର ନଚିକେତା ଖମାରୀ ଶର୍ମା ଅନୁବାଦ କରିଥିଲେ । ଏହି ପୁସ୍ତକକୁ ଗତ ଜୁଲାଇ ୨୦ ତାରିଖରେ ବିଶ୍ୱବିଦ୍ୟାଳୟ ପରିସରରେ ଉନ୍ମୋଚନ କରାଯାଇଥିବାବେଳେ ଅଗଷ୍ଟ ୨୦ ତାରିଖରେ ସେ ଭାରତର ରାଷ୍ଟ୍ରପତି ଙ୍କୁ ଔପଚାରିକ ଭାବେ ଭେଟି ଦେଇଥିଲେ ।

ଆଧୁନିକ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଠାରେ ୧୨ ଏପ୍ରିଲ ୧୯୩୫ ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ଆଇଏଏସ ଟପ୍ପର ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିବା ବେଳେ ଚାକିରୀରୁ ଅବସର ନେବା ପରେ ଓଡିଶାର ରାଜ୍ୟପାଳ ଭାବରେ ୫ ବର୍ଷର କାର୍ଯ୍ୟକାଳ ଭିତରେ ତିନିଜଣ ମୁଖ୍ୟମନ୍ତ୍ରୀ ଶ୍ରୀ ଗିରିଧାରୀ ଗମାଙ୍ଗୋ, ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ଶ୍ରୀ ନବୀନ ପଟ୍ଟନାୟକ ସହିତ ସେ କାର୍ଯ୍ୟ କରିଥିଲେ ।

“ମାନବ ସେବାରେ ଆଦର୍ଶ ଅବଦାନ” ମାନ୍ୟତା ପାଇଁ ରୋଟାରୀ ଇଟଂରନ୍ୟାସନାଲ ତାଙ୍କୁ ସମ୍ମାନଜନକ ଜୀବନବ୍ୟାପୀ ସଦସ୍ୟତା ପ୍ରଦାନ କରିଥିଲେ । ସେ ଛାଡି ଯାଇଛନ୍ତି ତାଙ୍କର ୬୪ ବର୍ଷର ଜୀବନସାଥୀ ସୁଶୀଳା ରାଜେନ୍ଦ୍ରନ, ଝିଅ ସୁମାଙ୍କ ସହିତ ସାତଜଣ ନାତିନାତୁଣୀଙ୍କୁ।

Leave A Reply

Your email address will not be published.