ପ୍ରମୁଖ ଖବର

ନଭେମ୍ବର ୨୮ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ
ଜାମା ମସଜିଦରେ ସର୍ଭେ ବେଳେ ହିଂସା, ୩ ମୃତ
କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୩ ଟି ପ୍ରସ୍ତାବ ଉପରେ ମୋହର

0

ଭୁବନେଶ୍ବର: ଗତକାଲି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୩ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ହୋଇଥିବା କ୍ୟାବିନେଟ୍ ମିଟିଙ୍ଗ୍ ରେ ରାଜ୍ୟ ସରକାର ପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିଛନ୍ତି। ଓଡ଼ିଶା ବେସାମରିକ ସେବା(ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମ ୧୯୮୯ର ବ୍ୟବସ୍ଥା ଅନୁଯାୟୀ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ରହିଛି। ମାତ୍ର କ୍ୟାଲେଣ୍ଡର ବର୍ଷ ୨୦୨୪ରେ ମୂଳ ପଦବି ଓ ସେବାରେ ପ୍ରବେଶ ପାଇଁ ଜାରି ହେବାକୁ ଥିବା ବିଜ୍ଞାପନ ପାଇଁ ସର୍ବୋଚ୍ଚ ବୟସ ସୀମା ୩୮କୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।

ତେବେ ଅନୁସୂଚିତ ଜନଜାତି-ଜାତି-ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ-ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସ ସୀମା କୋହଳ ହେବ। ବିଭିନ୍ନ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେଉଥିବା କାରଣରୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୩ ନିଯୁକ୍ତି କ୍ୟାଲେଣ୍ଡର ୨୦୨୧,୨୦୨୨ ଓ ୨୦୨୩ରେ ଜାରି ହୋଇଥିବା ବିଜ୍ଞାପନ ପାଇଁ ସରକାରୀ ପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୩୮କୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

ଇତିମଧ୍ୟରେ ସରକାର ବିଭିନ୍ନ କ୍ୟାଡର ପୁନର୍ଗଠନ କରି ଅନେକ ମୂଳ ପଦବି ସୃଷ୍ଟି କରିଛନ୍ତି। ଏହାସହ ୭ଟି ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ପ୍ରଣୟନ କରାଯାଇଛି। ଯେଉଁଥିରେ ନୂଆ ସିଲାବସ୍‌ ଓ ପରୀକ୍ଷା ଢାଞ୍ଚାକୁ ସାମିଲ କରାଯାଇଛି। ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଞ୍ଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ଜଗନ୍ନାଥ ରଥ ବୁଲିବ ଓ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରାଯିବ । ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ ।

Leave A Reply

Your email address will not be published.