ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ବିଷାକ୍ତ ହର୍ବିସାଇଟ୍ ପାରାକ୍ବାଟ୍‌କୁ ନିଷିଦ୍ଧ କର

0
  • କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଜଣାଇଲେ ରାଜ୍ୟ ସରକାର
  • ୩ମାସ ପାଇଁ ସରକାର ଓଡ଼ିଶାରେ ଏହାକୁ ନିଷିଦ୍ଧ କରିଥିଲେ
  • ମଣିଷର ଜୀବନ ପ୍ରତି ବିପଦ ଏହି ରାସାୟନିକ ପଦାର୍ଥ
  • ସ୍ବାସ୍ଥ୍ୟ ପ୍ରତି କେବଳ ବିପଦ ଆଣୁନି, ଜୀବନ ବି ନେଇଯାଉଛି

ଭୁବନେଶ୍ବର: ଅତ୍ୟନ୍ତ ବିଷାକ୍ତ ହର୍ବିସାଇଡ୍‌ ପାରାକ୍ବାଟ୍‌ ଓ ଏଥିରୁ ଉତ୍ପନ୍ନ ଅନ୍ୟ ଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏ ସଂପର୍କରେ ଆଜି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ରାଜ୍ୟ ସରକାର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ପାରାକ୍ୱାଟ୍‌ ଭଳି ତୃଣନାଶକ ସଂପର୍କରେ ଓଡ଼ିଶା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ବିଷାକ୍ତ ରସାୟନିକ ପଦାର୍ଥର ବିକ୍ରୟ, ମହଜୁଦ, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ୨୦୨୩ ଅକ୍ଟୋବର ୫ରୁ ୯୦ ଦିନ ନିମନ୍ତେ ନିଷିଦ୍ଧ ଘୋଷଣା କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ରିପୋର୍ଟ ଅନୁସାରେ ପାରାକ୍ୱାଟ୍‌ ଏବଂ ଏଥିରୁ ଉତ୍ପନ୍ନ ପଦାର୍ଥ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ ରାସାୟନିକ ଦ୍ରବ୍ୟ। ରାଜ୍ୟର ଅନ୍ୟତମ ଭେଷଜ ଅନୁଷ୍ଠାନ ଭିମ୍‌ସାର, ବୁର୍ଲାର ରିପୋର୍ଟ କହୁଛି ଯେ ପାରାକ୍ୱାଟ୍‌ ଯୋଗୁଁ ମଣିଷର ନିଃଶ୍ୱାସପ୍ରଶ୍ୱାସ, ବୃକକ୍‌ ଓ ଯକୃତଜନିତ ସମସ୍ୟା ଉପୁଜୁଛି ଏବଂ ଜୀବନ ନେଉଛି। ରାଜ୍ୟର ୧୫ଟିରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମଧ୍ୟ ଏହି ମର୍ମରେ ତାଙ୍କର ରିପୋର୍ଟ ଦେଇଛନ୍ତି। ବିଷାକ୍ତ ତୃଣନାଶକ ପାରାକ୍ବାଟ୍‌ ସେବନ କରି ଅକାଳ ମୃତ୍ୟୁ ଘଟୁଛି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି। ଏଣୁ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାରେ ପାରାକ୍ୱାଟ୍‌ର ବିକ୍ରି, ବିତରଣ, ଉତ୍ପାଦନ ଓ ବ୍ୟବହାରକୁ ତୁରନ୍ତ କୀଟନାଶକ ଆଇନ ୧୯୬୮ର ଧାରା ୨୭ (୨) ଅନୁଯାୟୀ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ଦରକାର।

Leave A Reply

Your email address will not be published.