ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ସୋଆ କମ୍ୟୁନିଟି ରେଡିଓର ନିର୍ଦ୍ଦେଶିକା ରାଜ୍ୟ କମ୍ୟୁନିଟି ରେଡ଼ିଓ ସଂଘର ଉପସଭାପତି ମନୋନୀତ

0

ଭୁବନେଶ୍ୱର, ୪/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ନିର୍ଦ୍ଦେଶିକା ଶ୍ରୀମତି ହନୀ ପଟ୍ଟନାୟକ ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି ।

ସର୍ବଭାରତୀୟ କମ୍ୟୁନିଟି ରେଡିଓ ସଂଘର ଅନୁମୋଦନ କ୍ରମେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ସଂଘ ଗଠନ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଦଶପଲ୍ଲା ସ୍ଥିତ ‘ରେଡିଓ ସୁରଭି’ ର ମୁଖ୍ୟ ଶିଶିର କୁମାର ଦାସଙ୍କୁ ରାଜ୍ୟ ସଭାପତି, ‘ରେଡିଓ ଉତ୍କଳ’ର ମୁଖ୍ୟ ଅମିୟ ଭୂଷଣ ବିଶ୍ୱାଳଙ୍କୁ ସମ୍ପାଦକ, ‘ରେଡିଓ ମୁସ୍କାନ’ ର ଧନେଶ୍ୱର ସାହୁଙ୍କୁ କୋଷାଧ୍ୟକ୍ଷ, ‘ସୋଆ କମ୍ୟୁନିଟି ରେଡିଓ’ ର ନିର୍ଦ୍ଦେଶିକା ହନି ପଟ୍ଟନାୟକଙ୍କୁ ଉପସଭାପତି ଓ ‘ରେଡିଓ ବାଘାଯତୀନ’ର ମିନତି ବିନ୍ଧାଣିଙ୍କୁ ସହ-ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏ ନେଇ ନିକଟରେ ଅନୁଷ୍ଠିତ ସଂଘର ଜାତୀୟ ଉପ-ସଭାପତି ପ୍ରଦୀପ୍ତ ଦତଙ୍କ ଅଧ୍ୟକ୍ଷତାରେ ସଭାରେ ଓଡିଶାର ସମସ୍ତ କମ୍ୟୁନିଟି ରେଡିଓ ସଭ୍ୟମାନେ ଉପସ୍ଥିତ ଥିଲେ ।

ଏହା ଛଡ଼ା ରାଜ୍ୟର ବିଭିନ୍ନ ଅଂଚଳର କମ୍ୟୁନିଟି ରେଡିଓ ମୁଖ୍ୟ ବିକାଶ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରଭାସ ସାମନ୍ତରାୟ, ସୌମ୍ୟ ରଂଜନ ନାୟକ, ପ୍ରତାପ ବାରିକ ଓ ଲିଙ୍ଗରାଜ ସାମନ୍ତରାୟଙ୍କୁ ସଭ୍ୟ ଭାବେ ଚୟନ କରାଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ ବର୍ତମାନ ମୋଟ ୩୭ଟି କମ୍ୟୁନିଟି ରେଡିଓ କାର୍ଯ୍ୟ କରୁଛି ।

Leave A Reply

Your email address will not be published.