ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’

0

ନ୍ୟୁଜ୍ ବ୍ୟୁରୋ: ଚନ୍ଦ୍ରଯାନର ସଫଳତାର ଉତ୍ସାହ ପରେ ଆଉ ଏକ ଖୁସିର ଖବର ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ ୱାନ୍ । ହେଲୋ ଅରବିଟରେ ପ୍ରଦକ୍ଷେଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ।

ଏଲ୍-ୱାନ ପଏଣ୍ଟରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ସମାନ ପ୍ରଭାବ ପକାଉଥିବାରୁ, ଏହା ଚାରିପଟେ ଆଦିତ୍ୟ ଏଲ୍-ୱାନ ପରିକ୍ରମା କରି ସୂର୍ଯ୍ୟ ଉପରେ ୨୪ ଘଣ୍ଟା ନଜର ରଖିପାରିବ ଏବଂ ନୂଆ ନୂଆ ତଥ୍ୟ ସଂଗ୍ରହ କରିପାରିବ। ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍-ୱାନ ଗତବର୍ଷ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା । ଯାତ୍ରା ବେଳର ଏହି ୪ ମାସ ଭିତରେ ଏହା ସୂର୍ଯ୍ୟର ସମ୍ପୂର୍ଣ୍ଣ ଫଟୋ ଉଠାଇବା ସହିତ ବିଭିନ୍ନ ତଥ୍ୟ ସଂଗ୍ରହ କରି ପଠାଇବାରେ ସଫଳ ହୋଇଛି।

Leave A Reply

Your email address will not be published.