ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆସନ୍ତା ୨୭ରେ ଲୋକାର୍ପଣ ହେବ ମା’ସମଲେଇ ପ୍ରକଳ୍ପ

0

ସମ୍ବଲପୁର: ଆସନ୍ତା ୨୭ରେ ଲୋକାର୍ପଣ ହେବାକୁ ଯାଉଛି ମା’ସମଲେଇ ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ଏହାକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଜୋରଦାର ପସ୍ତୁତିରେ ଲାଗି ପଡିଛନ୍ତି ସମଲେଇ ମନ୍ଦିର ଟ୍ରଷ୍ଟ। ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି। ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ପ୍ରତି ପଂଚାୟତରେ ଲାଇଭ କରିବା ଏବଂ ୨୭ତାରିଖ ପରେ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ପ୍ରକଳ୍ପ ବୁଲାଇବାକୁ ଯୋଜନା ରଖିଛନ୍ତି ସରକାର।

ଏହାଛଡା ଗାଁ ଗାଁ ରେ ପ୍ରଚାରିତ ହେବ ମାଆ ସମଲେଇଙ୍କ ମହିମା। ଶ୍ରଦ୍ଧାଳୁଙ୍କ ଠାରୁ ସଂଗ୍ରହ ହେବ ଗୁଆ, ସିନ୍ଦୁର ଆଉ ସଂଗ୍ରହ ହୋଇଥିବା ସିନ୍ଦୁର ମାଆଙ୍କ ପାଖରେ ଲାଗି କରାଯିବ। ସ୍ବତନ୍ତ୍ର ମହାନଦୀ ଆଳତୀ ସହିତ ହୋମ- ଯଜ୍ଞର ମଧ୍ୟ ଆୟୋଜନ କରଯାଇଛି। ରାଜ୍ୟର ସମସ୍ତ ଦେବାଦେବୀ ପୀଠରୁ ସେବାୟତ ଓ ବ୍ରାହ୍ମଣମାନେ ସାମିଲ ହେବାର ଯୋଜନା ରହିଛି।

Leave A Reply

Your email address will not be published.