ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

0

ଭୁବନେଶ୍ବର: ଓଡ଼ିଶା ପାଇଁ ଖୁସି ଖବର। ଶେଷରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ଯାଳୟରେ ଓଡ଼ିଆ ପିଲାମାନଙ୍କ ପାଇଁ ୨୫% ଆସନ ସଂରକ୍ଷଣ ରହିବ। ଆଜି ଏକ ସ୍ବତନ୍ତ୍ର ବୈଠକରେ ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇନ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଏବେ ଅଧିକ ଓଡ଼ିଆ ମେଧାବୀ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ନୂଆ ବର୍ଷ ଉପହାର ସଦୃଶ।

ଏହି ବିଶ୍ବବିଦ୍ୟାଳୟ ଲାଗି ରାଜ୍ୟ ସରକାର ସବୁକିଛି ଯୋଗାଇ ଦେଇଥିଲେ ହେଁ, ନାମ ଲେଖା କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କିଛି ବି ସ୍ବତନ୍ତ୍ର ସୁବିଧା ନ ଥିଲା। ଯଦି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉନଥିଲେ, ତେବେ ଓଡ଼ିଆ ଛାତ୍ରଛାତ୍ରୀ ନାମ ଲେଖାଇ ପାରୁନଥିଲା। ଏହି ପ୍ରସଙ୍ଗଟି ପ୍ରଥମେ ବିଧାନସଭା ଓ ପରେ ସଂସଦରେ ଉଠାଯାଇଥିଲା। ଶେଷରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ।

ଆଜି ବୈଠକରେ ନିଷ୍ପତ୍ତି ହୋଇଛି, ଉଭନ୍ନ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏଥିପାଇଁ ସର୍ତ୍ତ ରଖାଯାଇଛି। ଗ୍ରାଜୁଏଟ୍ କ୍ଷେତ୍ରରେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୬୦ ପ୍ରତିଶତ ମାର୍କ ବ୍ୟବସ୍ଥା ରଖାଯାଇଥିଲା। ପୋଷ୍ଟଗ୍ରାଜୁଏଟ୍ କ୍ଷେତ୍ରରେ ୫୦ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ରହିଛି।

Leave A Reply

Your email address will not be published.