ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

0

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ। ଜିଲ୍ଲାପାଳ ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟସରକାର। ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତି ଅନୁସାରେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି। ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର।

ପୂର୍ବରୁ ପୁରୀର ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିସନର ଭାବେ ନିଯୁକ୍ତି ମିଳିଛି। ସେହିପରି କଟକ କମିସନର ଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ତତ୍ ସହିତ ବାଲେଶ୍ୱର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Leave A Reply

Your email address will not be published.