ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ

0

ଭୁବନେଶ୍ୱର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଭୁବନେଶ୍ବର ଗସ୍ତରେ ଥିବା ଶ୍ରୀ ଗେଟ୍ସ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ମୁଖ୍ୟମନ୍ତ୍ରୀ-ବିଲ୍ ଗେଟ୍ସ ଆଲୋଚନା ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଲ୍ ଗେଟ୍ସ ଆଜି ସକାଳୁ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତ ମା’ ମଙ୍ଗଳାବସ୍ତି ପରିଦର୍ଶନ କରିଥିଲେ। ବସ୍ତି ବୁଲିବା ସହ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଥିଲେ। ଘରକୁ ଘର ଯାଇ ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଥିଲେ। ଏହାପରେ କୃଷି ଭବନ ପରିଦର୍ଶନ କରିବା ସହିତ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଥିଲେ।

ଉଲ୍ଲେଖଯୋଗ୍ୟ, କୃଷି ସମୀକ୍ଷା କେନ୍ଦ୍ର ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ରାଜ୍ୟରେ କାର୍ଯ୍ୟ କରୁଛି। ଏହି କେନ୍ଦ୍ର ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ସୂଚନା ଦେଉଛି। ଚାଷ ସମ୍ବନ୍ଧୀୟ ସମସ୍ୟା ବାବଦରେ ଏହି କେନ୍ଦ୍ର ଚାଷୀଙ୍କୁ ସହାୟତା ଯୋଗାଉଛି। ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ ୨୦୧୭ ମସିହାରେ ଚୁକ୍ତି ହୋଇଥିଲା। ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା।

Leave A Reply

Your email address will not be published.