ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ରାଜ୍ୟସଭାକୁ ଯିବେ ସୁଧା ମୂର୍ତ୍ତି

0

ନୂଆଦିଲ୍ଲୀ : ଇନଫୋସିସି ଫାଉଣ୍ଡେସନ ଅଧ୍ୟକ୍ଷ ତଥା ସହ ପ୍ରତିଷ୍ଠାତା ସୁଧା ମୂର୍ତ୍ତି ରାଜ୍ୟସଭାକୁ ମନୋନୀତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୂଧାମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାକୁ ମନୋନୀତ ହେବା ପରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହା ଏକ ବହୁତ ବଡ଼ ଉପହାର ବୋଲି ଖୁସି ପ୍ରକାଶ କରି ପ୍ରତିକ୍ରିୟା ରଖିଛନ୍ତି ସୁଧାମୂର୍ତ୍ତି।

ଦେଶ ପାଇଁ କାମ କରିବାକୁ ଏକ ନୂଆ ଦାୟିତ୍ଵ ମିଳିଛି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ସୁଧା ମୂର୍ତ୍ତି। ସମାଜସେବା ସହ ଶିକ୍ଷାର ଉନ୍ନତି କ୍ଷେତ୍ରରେ ସୁଧାମୂର୍ତ୍ତିଙ୍କ ଅତୁଳନୀୟ ଏବଂ ପ୍ରେରଣାଦାୟୀ ଅବଦାନ ରହିଛି। ରାଜ୍ୟସଭାରେ ସୁଧାମୂର୍ତ୍ତିଙ୍କ ଉପସ୍ଥିତି ନାରୀଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ମହିଳାଙ୍କୁ ସଶକ୍ତ ଏବଂ କ୍ଷମତା ପ୍ରଦାନ କରିବାରେ ସେ ଉଦାହରଣ ସାଜିଛନ୍ତି।

Leave A Reply

Your email address will not be published.