ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଓଡିଶା ବିଜେପିର ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

0

ଭୁବନେଶ୍ବର: ବିଜେପି ଆଜି ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଶ୍ରୀ ମହତାବ ଗୁରୁବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ; ବିଜେପି ପକ୍ଷରୁ ଜାରି ହୋିଥିବା ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ତିନି ଆସନରେ ବିଜେପି ତାର ପ୍ରାର୍ଥୀ ବଦଳାଇଛି ।

୨୦୧୯ରେ କଟକରୁ ପ୍ରକାଶ ମିଶ୍ର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ଏଥର ଦଳ ବିଜେଡିରୁ ଯାଇଥିବା ଭର୍ତ୍ତୃହରିଙ୍କୁ ଟିକେଟ ଦେଇଛି। ସେହିପରି କନ୍ଧମାଳରୁ ମହାମେଘବାହନ ଐରଖାରବେଳ ସ୍ବାଇଁଙ୍କ ବଦଳରେ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଯାଜପୁରରେ ଅମିୟ ମଲ୍ଲିକଙ୍କ ବଦଳରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ବିଜେପି ଟିକେଟ ଦେଇଛି। ପୂର୍ବରୁ ବିଜେପି ୧୮ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

Leave A Reply

Your email address will not be published.