ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

ରାଜ୍ୟରେ ଆଜି ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

0

ଭୁ‌ବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ତାପମାତ୍ରା ପୁଣି ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଆଜି ସମାନ ପରିମାଣରେ ଅନୁଗୁଳରେ ରହିଛି ଅର୍ଥାତ ଆଜି ଅନୁଗୁଳରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ତେବେ ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ରହିଥିଲା।ରାଜଧାନୀ ଭୁବନେଶ୍ବରରେ ୩୯.୬ ଡିଗ୍ରୀ ରହିଛି। କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିଲା। ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରଗଡ଼ରେ ୪୦.୪, ସମ୍ବଲପୁରରେ ୪୧.୭, ସୁନ୍ଦରଗଡ଼ରେ ୪୦.୮, ହୀରାକୁଦରେ ୪୧.୧, ତାଳଚେରରେ ୪୨, ଭବାନୀପାଟଣାରେ ୪୨.୮, ବଲାଙ୍ଗିରରେ ୪୨.୩, ଫୁଲବାଣୀରେ ୪୧.୧, ସୋନପୁରରେ ୪୧.୨, ନୟାଗଡ଼ରେ ୪୨.୩, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧, ବରଗଡ଼ରେ ୪୦.୨, ନୂଆପଡ଼ାରେ ୪୦, ଖୋର୍ଦ୍ଧାରେ ୪୦.୫, କେନ୍ଦ୍ରାପଡ଼ାରେ ୪୦ ଓ ରାଉରକେଲାରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍ ରହିବ। କେବଳ ବଲାଙ୍ଗିର, ଭବାନୀପାଟଣା ଓ ମାଲକାନଗିରିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ। ନବରଙ୍ଗପୁର, ନୂଆପଡ଼ା, ଟିଟିଲାଗଡ଼, ରାୟଗଡ଼ା, ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ରହିପାରେ। ସେହିପରି ଭୁବନେଶ୍ୱର ଓ କଟକରେ ଆସନ୍ତାକାଲି ତାପମାତ୍ରା ଯଥାକ୍ରମେ ୩୭ ଓ ୩୮ ଡିଗ୍ରୀକୁ ଖସି ଆସିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରପାଥ ପଶୁପାଳକ କହିଛନ୍ତି ଯେ ୭ ତାରିଖରୁ ଅଭ୍ୟନ୍ତରୀଣ ଓ ଉପକୂଳରେ ପାଗରେ ପରିବର୍ତ୍ତନ ଆସିବ। ବଙ୍ଗୋପସାଗରରେ ଲେଉଟାଣି ବାତ୍ୟା ଦ୍ବାରା ଦକ୍ଷିଣା ପବନ ମଧ୍ୟ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ। ଆର୍ଦ୍ର ଓ ଶୁଷ୍କ ବାୟୁର ମିଶ୍ରଣ ଯୋଗୁଁ ଉପର ବାୟୁମଣ୍ଡଳରେ ଅସ୍ଥିରତା ଦେଖାଯିବ। ଫଳ‌ରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ୭ ଓ ୮, ୧୦ ଓ ୧୧ ଏବଂ ୧୩ ଓ ୧୪ ତାରିଖରେ ତିନୋଟି ପର୍ଯ୍ୟାୟରେ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ତାପମାତ୍ରା ୪୦ ଡିଗ୍ରି ତଳେ ରହିବ।

Leave A Reply

Your email address will not be published.