ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ବଙ୍ଗୋପସାଗର ରେ ୨୪ ଘଣ୍ଟା ରେ ସୃଷ୍ଟି ହେବ ଡିପ୍ରେଶନ, ପରେ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା

0

ଭୁବନେଶ୍ବର: ଗତ କାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେଉଛି । ଏହି କ୍ଷେତ୍ର ଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବ ଓ ପରବର୍ତ୍ତୀ ୩୬ ଘଣ୍ଟା ଯାଏଁ ଆହୁରି ଘନୀଭୂତ ହୋଇ ୨୫ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ପୂର୍ବ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ପହଞ୍ଚିବ। ସମ୍ଭବତଃ ସେହି ସମୟ ରେ ଏହି କ୍ଷେତ୍ର ଟି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ତେବେ ଉତ୍ତରପୂର୍ବ ଓ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ପହଞ୍ଚିବା ପରେ ଏହା କେଉଁ ଉପକୂଳ ଅତିକ୍ରମ କରିବ ତାକୁ ନେଇ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି।

ଆସନ୍ତା ୩୬ ଘଣ୍ଟା ଯାଏଁ ଖରା ଗରମ ର ପ୍ରଭାବ ରାଜ୍ୟ ରେ ଅନୁଭୂତ ହେବ। କାଲି ରାତି ପରେ ପାଗ ରେ ପରିବର୍ତ୍ତନ ଆସିବ। ୨୪ ରାତି ରୁ ୨୬ ରାତି ଯାଏଁ ଉତ୍ତର ଉପକୂଳ , ଉପକୂଳ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୫ ତାରିଖ ଅପରାହ୍ନ ରୁ ୨୬ ରାତି ଯାଏଁ ସମୁଦ୍ର ଉପକୂଳ ରେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୪୦-୫୦କିମି/ ଘଣ୍ଟା ବହିବା ସମ୍ଭାବନା ରହିଛି। ଉପକୂଳ ରେ ୨୫-୨୬ ରେ କୋହଲା ପାଗ ଅନୁଭୂତ ହେବ। ଏହି ସମୟ ରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ତେଣୁ ସମୁଦ୍ର କୁ ଯିବା ବାରଣ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.