ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଇସ୍ତଫା ଦେଲେ ମନୋଜ ମିଶ୍ର

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ମିଶ୍ର ୨୦୨୨ ଡିସେମ୍ବର ୨୮ତାରିଖରେ ସର୍ବଭାରତୀୟ ରେଳବାଇ ଟ୍ରାଫିକ ସେବା(ଆଇଆରଟିଏସ) ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ ସେବେଠୁ ଓଡ଼ିଶା ସରକାର ତାଙ୍କୁ ପ୍ରମୁଖ ସଚିବ ପାହ୍ୟାରେ ଆଇଟି ବିଭାଗରେ ଅବସ୍ଥାପିତ କରିଥିଲେ। ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ଆଉଟସୋର୍ସିଂ ପ୍ରମୁଖ ସଚିବ। ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ବନ୍ଧୁ ଭାବେ ଶ୍ରୀ ମିଶ୍ର ପରିଚିତ। ଆଉ ପାଣ୍ଡିଆନଙ୍କ ପରାମର୍ଶ ଓ ଉଦ୍ୟମ ଯୋଗୁ ଶ୍ରୀ ମିଶ୍ର ଆଇଆରଟିଏସ୍ ଚାକିରି ଛାଡ଼ି ଓଡ଼ିଶା ସରକାରରେ ‘ଆଉଟସୋର୍ସିଂ ପ୍ରମୁଖ ସଚିବ’ ଭାବେ ଯୋଗ ଦେଇଥିଲେ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ ଇସ୍ତଫାକୁ ୪ତାରିଖ ଅପରାହ୍ନରୁ ଗ୍ରହଣ କରାଯାଇଛି। ଶ୍ରୀ ମିଶ୍ର ମଧ୍ୟ ଓକାକ୍ ଅଧ୍ୟକ୍ଷ ଏବଂ ଓଡ଼ିଶା ସ୍ପେଶ ଆପ୍ଲିକେସନ୍ ସେଂଟର(ଓରସାକ) ସିଇଓ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ୪ତାରିଖରେ ନିର୍ବାଚନୀ ଫଳାଫଳ ବିଜେପି ସପକ୍ଷରେ ଯିବାପରେ ଶ୍ରୀ ମିଶ୍ର ନିଜ ଚାକିରିରୁ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.