ପ୍ରମୁଖ ଖବର

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ
ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ: ଯୋଗଦେବେ ନୀତିନ ଗଡକରୀ

ଆଡଭୋକେଟ୍ ଜେନେରାଲ ପଦରୁ ଇସ୍ତଫା ଦେଲେ ଅଶୋକ

0

ଭୁବନେଶ୍ବର: ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ପରିଜା। ତାଙ୍କ ସ୍ଥାନରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ। ଶ୍ରୀ ପଟ୍ଟନାୟକ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ‘ଆଡଭୋକେଟ୍ ଜେନେରାଲ’ଙ୍କ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।

ଆଇନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ଶ୍ରୀ ପରିଜା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାର ତାଙ୍କର ଇସ୍ତଫାକୁ ମଞ୍ଜୁର କରିଛନ୍ତି । ବରିଷ୍ଠ ଓକିଲ ଶ୍ରୀ ପରିଜା ୨୦୧୯ ଜୁନ୍ ୨୬ତାରିଖରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନେଇଥିଲେ ।

Leave A Reply

Your email address will not be published.