ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ଶ୍ରୀମନ୍ଦିର ଭିଡ଼ ସଂପର୍କରେ ଡିଜି ଦେଲେ ବଡ଼ ବୟାନ

0

ପୁରୀ: ଶ୍ରୀମନ୍ଦିରରେ ମାତ୍ରାଧିକ ଭିଡ଼ ଓ ଦର୍ଶନ ଅବ୍ୟବସ୍ଥା ସଂପର୍କରେ ଆଜି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଆଶ୍ବାସନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଲିସ ମହାନିର୍ଦେଶକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ପୁରୀରେ ରଥଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ଏ ମଧ୍ୟରେ ଦୁଇଟି ବୈଠକ ଶେଷ ହୋଇସାରିଛି। ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ପୁଲିସ କାର୍ଯ୍ୟକରୁଛି। ବିଶେଷକରି ପୁରୀରେ ଭିଡ଼ ନିୟନ୍ତ୍ରଣକୁ ସରକାର ଫୋକସ୍‌ରେ ରଖିଛନ୍ତି। ଚାରିଦିନ ଛୁଟି ପଡ଼ିବା କାରଣରୁ ପୁରୀରେ ଭିଡ଼ ଦେଖିବାକୁ ମିଳିଥିଲା। ଏବେ ରାଜ୍ୟ ସରକାର ଚାରିଦ୍ବାର ଖୋଲିବା ନିଷ୍ପତ୍ତି ନେବା ପରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନରେ କିଭଳି ସୁଧାର ଆସିବ, ସେ ସଂକ୍ରାନ୍ତରେ କସରତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଡ଼ିଜି ଆଇନଶୃଙ୍ଖଳା ସଂଜୟ କୁମାର, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ପୁରୀ ପରିସ୍ଥିତିର ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ମହାପ୍ରଭୁଙ୍କ ଦର୍ଶନରେ ଯାଉଥିବା ଭକ୍ତମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସେପଟେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଅପରାହ୍ନରେ ପୁରୀ ଯାଉଛନ୍ତି। ସେ ପରିସ୍ଥିତିର ସମୀକ୍ଷା କରିବେ।

Leave A Reply

Your email address will not be published.