ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ନିଟ୍ ଦୁର୍ନୀତି ମାମଲାରେ ମୁଁହ ଖୋଲିଲେ ତେଜସ୍ୱୀ ଯାଦବ

0

ନ୍ୟୁଜ୍ ବ୍ୟୁରୋ: ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି ବୋଲି ବିଜୟ କୁମାର ଅଭିଯୋଗ ଆଣିବା ପରେ ଏବେ ମୁହଁ ଖୋଲିଛନ୍ତି ତେଜସ୍ୱୀ ଯାଦବ।ତାଙ୍କର ସରକାରୀ ବ୍ୟକ୍ତିଗତ ସଚିବ (ପିଏସ୍‌)ଙ୍କୁ ନେଇ ସେ ବଡ଼ ବୟାନ ଦେଇଛନ୍ତି । ତେଜସ୍ୱୀ କହିଛନ୍ତି ଯେ, ଯଦି ଆବଶ୍ୟକ ଅଛି ତେବେ ମୋ ପିଏସ୍‌ଙ୍କୁ ଡାକି ପାଚରାଉଚରା କରନ୍ତୁ । ଯିଏ ବି ଏହି ପେପର ଲିକ୍‌ ମାମଲାରେ ଦୋଷୀ ତାଙ୍କୁ ଗିରଫ କରାଯାଉ । ଯଦି ଏମାନଙ୍କ ଦ୍ୱାରା ହେଉନାହିଁ ତେବେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହୁଛି ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଗିରଫ ହୋଇଥିବା ଇଞ୍ଜିନିୟର ଆଶିଂକ ଭାବେ ଜଡ଼ିତ ଥିବା ବେଳେ ଏହାର ମାଷ୍ଟର ମାଇଣ୍ଡ ଅମିତ ଆନନ୍ଦ ବୋଲି ସେ ସିଧାସଳଖ କହିଛନ୍ତି ।

ଅନ୍ୟପଟେ ୧୫୬୩ ଆଶାୟୀଙ୍କ ପୁନର୍ବାର ପରୀକ୍ଷା ହେବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ଜାରି ହୋଇଛି ନିଟ୍ ୟୁଜିର ପୁନର୍ବାର ପରୀକ୍ଷା ପାଇଁ ଆଡ୍‌ମିଟ୍‌ କାର୍ଡ। ଏହି ୧୫୬୩ ଆଶାୟୀଙ୍କୁ ଗ୍ରେସ୍‌ ମାର୍କ ମିଳିଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ସେମାନଙ୍କର ଗ୍ରେସ ମାର୍କ ରଦ୍ଦ କରିଥିଲା । ଏମାନଙ୍କ ମଧ୍ୟରୁ ଯଦି କୌଣସି ଆଶାୟୀ ପୁନର୍ବାର ପରୀକ୍ଷା ନ ଦିଅନ୍ତି ତେବେ ତାଙ୍କୁ ବିନା ଗ୍ରେସ୍‌ ମାର୍କରେ ରଖିଥିବା ନମ୍ବର ପ୍ରଦାନ କରିବାକୁ କୁହାଯାଇଛି। ଏହି ପରୀକ୍ଷା ୨୩ ଜୁନ୍‌ରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.