ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ବାଟ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ: ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଖେଳ ଖେଳିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଖୋଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶର ଦୁଇ ମାସ ବିତିନି। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରାମ ମନ୍ଦିର ଟ୍ରଷ୍ଟ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ଲାଗିଛି ବୋଲି ପ୍ରଧାନମନ୍ତ୍ରୀ ଆଜି ସଂସଦକୁ ଅବଗତ କରିଛନ୍ତି।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ରାମ ମନ୍ଦିର ପାଇଁ କେନ୍ଦ୍ର ସରକାର ବଡ ଯୋଜନା କରିଛନ୍ତି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ ନିଷ୍ପତ୍ତି ହୋଇଛି। ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ଆଗେଇ ନେବେ। କେବଳ ସେତିକି ନୁହେଁ, ଇତିମଧ୍ୟରେ କେନ୍ଦ୍ର ସରକାର ଉତ୍ତରପ୍ରଦେଶ ସରକାରଙ୍କୁ ସୁନିଙ୍କୁ ଜମି ଦେବା ପାଇଁ ଅନୁରୋଧ କରିଥିଲେ। ଉତ୍ତର ପ୍ରଦେଶ ସରକାର କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଅର୍ଥାତ୍ ସୁନିଙ୍କୁ ପାଞ୍ଚ ଏଜର ଜମି ଉତ୍ତର ପ୍ରଦେଶ ସରକାର ଦେବେ। ଏ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିଭଳି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଓ ଦର୍ଶନ ପାଇଁ ୬୭.୭୦ ଏକର ଜମି ଟ୍ରଷ୍ଟକୁ ଦିଆଯିବା ନିଷ୍ପତ୍ତିରେ କ୍ୟାବିନେଟ୍ ମୋହର ଲାଗିଛି।

ପ୍ରଧାନମନ୍ତ୍ରୀ ଏହି ମନ୍ଦିର ନିର୍ମାଣ ପ୍ରକ୍ରିୟାକୁ ସମସ୍ତେ ସମର୍ଥନ ଦେବା ଲାଗି ସାଂସଦଙ୍କ ସମର୍ଥନ ଲୋଡିଥିଲେ। ଏଥିସହିତ ନଭେମ୍ବର ମାସରେ ସୁପ୍ରିମକୋର୍ମ ରାମ ମନ୍ଦିର ରାୟ ପ୍ରକାଶ ବେଳେ ଦେଶର ଧର୍ଯ୍ୟକୁ ମୋଦୀ ପ୍ରଶଂସା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୩ମାସ ମଧ୍ୟରେ ସୁପ୍ରିମକୋର୍ଟ ଟ୍ରଷ୍ଟ ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୟ ସୀମା ଆସନ୍ତା ୯ ତାରିଖରେ ଶେଷ ହେଉଥିଲା। ତା ପୂର୍ବରୁ ଆଜି କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି।

Leave A Reply

Your email address will not be published.