ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ

0

ମୁମ୍ବାଇ: ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଏହି ଖବର ସେୟାର କରିଛନ୍ତି। ତେବେ ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ସୁସ୍ଥତା କାମନା କରିଛନ୍ତି।

ସେ ଇଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ମୋ ବିଷୟରେ କିଛି ଗୁଜବ ଚାଲିଛି। ମୁଁ ତୁମ ସମସ୍ତଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର କହିବାକୁ ଚାହୁଁଛି। ମୋର ସ୍ତନ କର୍କଟ ହୋଇଛି। ଏହା ତୃତୀୟ ପର୍ଯ୍ୟାୟରେ ଅଛି ଏବଂ ଏହାର ଚିକିତ୍ସା ଆରମ୍ଭ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି, ଆପଣମାନେ ମୋ ଗୋପନୀୟତା ପ୍ରତି ଧ୍ୟାନ ଦିଅନ୍ତୁ। ମୁଁ ଆପଣମାନଙ୍କ ପ୍ରେମ ଏବଂ ପ୍ରଶଂସାକୁ ସମ୍ମାନକୁ ଜଣାଉଛି। ମୁଁ ଏବଂ ମୋ ପରିବାର ନିଶ୍ଚିତ ଯେ, ମୁଁ କର୍କଟ ଯୁଦ୍ଧରେ ଜିତିବି ଏବଂ ଶୀଘ୍ର ସୁସ୍ଥ ହୋଇଯିବି।

Leave A Reply

Your email address will not be published.