ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ

0

ନୂଆଦିଲ୍ଲୀ: ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ। ରାଜଧାନୀ ଦିଲ୍ଲୀରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ ଧରଣର ଅଘଟଣ ଘଟିଛି। ବିମାନବନ୍ଦରର ଟର୍ମିନାଲ-୧ର ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ରାତି ତମାମ ଦିଲ୍ଲୀ ଏନସିଆରରେ ଭୀଷଣ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଛାତ ଭୁଶୁଡି ପଡିଥିଲା। ଶୁକ୍ରବାର ଭୋର ୫ଟା ୩୦ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଟର୍ମିନାଲ ଛାତ ତଳେ କେତେକ କାର ଚାପି ହୋଇ ରହିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି। ଏଥିସହିତ ଘଟଣାସ୍ଥଳରେ ସିଆଇଏସଏଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଛାତ ଭୁଶୁଡିବାରୁ ଚାପି ହୋଇ ରହିଥିବା ଏକାଧିକ କାର ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଏହାସହିତ ବର୍ତ୍ତମାନ ଘଟଣାରେ ୪ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି।

ବର୍ଷାରେ ଦିଲ୍ଲୀ ବିମାନବନ୍ଦରର ଛାତ ଭୁଶୁଡି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଏହାରି ଭିତରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏଥିସହିତ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଓ ଆହତଙ୍କୁ ୩ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଏହି ଦୁର୍ଘଟଣାର ପ୍ରତିକ୍ରିୟା ରଖି ମନ୍ତ୍ରୀ ରାମ ମୋହନ କହିଛନ୍ତି, “ମୁଁ ନିଜେ ଦିଲ୍ଲୀ ବିମାନବନ୍ଦର ଯାଇ ଛାତ ଭୁଶୁଡିବା ଘଟଣାର ଅନୁଧ୍ୟାନ କରିଛି। ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ଆମ ପ୍ରଥମ ପ୍ରାଥମିକତା। ଅନ୍ୟ ଟର୍ମିନାଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସୁରକ୍ଷାବାହିନୀ ନିୟୋଜିତ ଅଛନ୍ତି।” ବାତିଲ୍ ହୋଇଯାଥିବା ବିମାନର ସମ୍ପୂର୍ଣ୍ଣ ଟିକେଟ୍ ଫି’ ଫେରସ୍ତ କରି ଦିଆଯିବ ବୋଲି ମନ୍ତ୍ରୀ ରାମ ମୋହନ କହିଛନ୍ତି।

Leave A Reply

Your email address will not be published.