ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କାର୍ଯ୍ୟରତ ପୋଲିସ ଅକାଳରେ ମୃତ୍ୟୁ ବରଣ କଲେ ପରିବାରକୁ ମିଳିବ ଆର୍ଥିକ ସହାୟତା

0

ଭୁବନେଶ୍ବର: କାର୍ଯ୍ୟରତ ପୋଲିସ ଅକାଳରେ ମୃତ୍ୟୁ ବାରଣ କଲେ ପରିବାରକୁ ମିଳିବ ଆର୍ଥିକ ସହାୟତାକାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ଏଣିକି ଅକାଳରେ ମୃତ୍ୟୁ ବରଣ କରୁଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ। ଏନେଇ ନିଆଯାଉଛି ଏକ ବଡ଼ ପଦକ୍ଷେପ। ଡ୍ୟୁଟିରେ ବା ଦୁର୍ଘଟଣାରେ ବା କୋୖଣସି ଆକସ୍ମିକ ମୃତ୍ୟୁ ହେଲେ ଯେପରି ପୋଲିସ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ରାଶି ମିଳିପାରିବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏନେଇ ପୋଲିସ ଓ ଜାତୀୟ ସ୍ତରର ବ୍ୟାଙ୍କ ସହ ଖୁବଶୀଘ୍ର ଏମଓୟୁ ସ୍ବାକ୍ଷରିତ ହେବାକୁ ଯାଉଛି।

ମିଳିଥିବା ସୂଚନା ଅନୁସାରେ, ବିଗତ କିଛି ଦିନ ହେବ କମିଶନରେଟ ପୋଲିସର ଅନେକ ପୋଲିସ କର୍ମଚାରୀ ଅକାଳରେ ମୃତ୍ୟୁବରଣ କରିଛନ୍ତି। ଲଗାତାର କେତେ ଜଣ ପୋଲିସ କର୍ମଚାରୀ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି। ପୋଲିସଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଏକ ପ୍ରକାର ଦୁଃଖଦ ପରିସ୍ଥିତି ସାମ୍ନା କରୁଛନ୍ତି। ସମାଜରେ ପୋଲିସ ସେବାରେ ନିଜକୁ ନିମଗ୍ନ କରୁଥିବା ପୋଲିସଙ୍କ ଅକାଳ ବିୟୋଗ ପରେ ସେମାନଙ୍କ ରୋଜଗାରରେ ଭରଣ ପୋଷଣ ହେଉଥିବା ପରିବାରରେ ଯେପରି ସମସ୍ୟା ନଆସେ ଏବଂ ସେମାନଙ୍କୁ ଯେପରି କୌଣସି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ଏଥିପାଇଁ ଯୋଜନା କରାଯାଉଛି।

ଏନେଇ କମିସନରେଟ ପୋଲିସର ଏକ ଉଚ୍ଚସ୍ତରୀୟ ବୋର୍ଡ କମିଟିର ଏକ ବୈଠକ ହୋଇଛି। ଖୁବଶୀଘ୍ର ଏକ ବ୍ୟାଙ୍କ ସହ ଏମଓୟୁ ସ୍ଵ।କ୍ଷରିତ ହେବ। ଯେଉଁଠି ସେମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ତାଙ୍କ ପରିବାରକୁ ଦୁର୍ଘଟଣା ଜନିତ ସହାୟତା ରାଶି ବା ସେମାନଙ୍କର ଆକସ୍ମିକ ସ୍ୱାଭାବିକ ମୃତ୍ୟୁ ପାଇଁ ଜୀବନବୀମା ରାଶି ଯୋଗାଇ ହେବ ସେନେଇ ପଦକ୍ଷେପ ନିଆଯାଉଛି‌। ଏନେଇ କିଛି ବ୍ୟାଙ୍କ ସେମାନଙ୍କର ପ୍ରସ୍ତାବ ଦେଇଛନ୍ତି।

Leave A Reply

Your email address will not be published.