ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଏଥର ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ କରିବ ଡ୍ରୋନ୍

0

ଭୁବନେଶ୍ବର: ଏଥର ରଥଯାତ୍ରାରେ ଡ୍ରୋନ୍ ସାହାଯ୍ୟରେ ହେବ ଭିଡ ନିୟନ୍ତ୍ରଣ। ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ନେଇ ଟ୍ରାଫିକ ଦାଇତ୍ୱରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାରଙ୍କ ସାମ୍ବାଦିକ ସମ୍ମିଳନୀ କରି କିପରି ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ ଏହି ସୂଚନା ଦେଇଛନ୍ତି। ୩୦ ମିଟର ରୁ ୧୦୦ ମିଟର ଭିତରେ ଉଡ଼ିବ ଡ୍ରୋନ।

ପ୍ରଥମ ଥର ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଜଗିବ ଡ୍ରୋନ। ଏଥିସହ ହ୍ବାଟ୍ସ ଆପ ଚାଟ୍ ବୋର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। କେତେବେଳେ କେଉଁ ରାସ୍ତାରେ ସହଜରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ। ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ୫୦ ପ୍ଲାଟୁନ ଫୋର୍ସ ସହ ୪୦୦ ଅଫିସର ମୁତୟନ‌ ରହିବେ। ଏସବୁ ଉପରେ ଡ୍ରୋନ୍ ମାଧ୍ୟମରେ ନଜର ରଖାଯିବ ।

ଏଥିସହ ଆଜି ପୁଲିସ ଲାଇନ୍ ପଡ଼ିଆରେ ରଥ ଟଣା ମକଡ୍ରିଲ୍ ହୋଇଛି। ତିନି ରଥର ସୁରକ୍ଷା, ରଥର ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ ଦାୟିତ୍ବରେ ରହିବାକୁ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ମକଡ୍ରିଲରେ ସାମିଲ୍ ହୋଇଥିଲେ। ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା। ମକଡ୍ରିଲରେ ଏଡିଜି, ଆଇଜି, ଏସପି, ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ କରାଯାଇଛି ମକଡ୍ରିଲ୍।

Leave A Reply

Your email address will not be published.