ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଦାରିଙ୍ଗବାଡ଼ିରେ ଲାଗିବ ଜାପାନ ଚେରି

0

ଭୁବନେଶ୍ବର: ବୃକ୍ଷରୋପଣରେ ଓଡ଼ିଶା ହେବ ଦେଶରେ ଏକ ନମ୍ବର ରାଜ୍ୟ । ରାଜ୍ୟରେ ୫ କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ‘ଏକ୍‌ ପେଡ୍‌ ମାଆ କେ ନାମ୍‌’ କାର୍ଯ୍ୟକ୍ରମରେ ୧ ଲକ୍ଷ ୪୫ ହଜାର ଗଛ ଲାଗିଛି। ଓଡ଼ିଶା ଦେଶରେ ୧ ନଂ ହୋଇଥିବା ବେଳେ ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନରେ ରହିଛି।

ରାଜ୍ୟରେ ୫ କୋଟି ଗଛ ଲାଗିବାକୁ ଥିବା ବେଳେ ସରକାର ୨.୨୦ କୋଟି ଗଛ ଲଗାଇବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ୨.୮୦ କୋଟି ଗଛ ଲଗାଯିବ। ଏଥିସହିତ ଜାପାନରେ ଦେଖାଯାଉଥିବା ଚେରି ବ୍ଲଜମ ଟ୍ରି ଦାରିଙ୍ଗବାଡ଼ିରେ ବି ଲଗାଯିବ। ଆଗରୁ ଦାରିଙ୍ଗବାଡ଼ି ସିଲଭର ଓକ ଓ କଫି ଗଛ ପାଇଁ ପ୍ରସିଦ୍ଧ ଥିବା ବେଳେ ଜାପାନ ଚେରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହ ପରିବେଶ ପ୍ରେମୀଙ୍କୁ ନିହାତି ଆକୃଷ୍ଟ କରିବ।

Leave A Reply

Your email address will not be published.