ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଦାରିଙ୍ଗବାଡ଼ିରେ ଲାଗିବ ଜାପାନ ଚେରି

0

ଭୁବନେଶ୍ବର: ବୃକ୍ଷରୋପଣରେ ଓଡ଼ିଶା ହେବ ଦେଶରେ ଏକ ନମ୍ବର ରାଜ୍ୟ । ରାଜ୍ୟରେ ୫ କୋଟି ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ‘ଏକ୍‌ ପେଡ୍‌ ମାଆ କେ ନାମ୍‌’ କାର୍ଯ୍ୟକ୍ରମରେ ୧ ଲକ୍ଷ ୪୫ ହଜାର ଗଛ ଲାଗିଛି। ଓଡ଼ିଶା ଦେଶରେ ୧ ନଂ ହୋଇଥିବା ବେଳେ ୪୮ ହଜାର ଗଛ ଲଗାଇ କେରଳ ଦ୍ୱିତୀୟ ସ୍ଥାନରେ ରହିଛି।

ରାଜ୍ୟରେ ୫ କୋଟି ଗଛ ଲାଗିବାକୁ ଥିବା ବେଳେ ସରକାର ୨.୨୦ କୋଟି ଗଛ ଲଗାଇବେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ୨.୮୦ କୋଟି ଗଛ ଲଗାଯିବ। ଏଥିସହିତ ଜାପାନରେ ଦେଖାଯାଉଥିବା ଚେରି ବ୍ଲଜମ ଟ୍ରି ଦାରିଙ୍ଗବାଡ଼ିରେ ବି ଲଗାଯିବ। ଆଗରୁ ଦାରିଙ୍ଗବାଡ଼ି ସିଲଭର ଓକ ଓ କଫି ଗଛ ପାଇଁ ପ୍ରସିଦ୍ଧ ଥିବା ବେଳେ ଜାପାନ ଚେରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହ ପରିବେଶ ପ୍ରେମୀଙ୍କୁ ନିହାତି ଆକୃଷ୍ଟ କରିବ।

Leave A Reply

Your email address will not be published.