ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କେରଳର ସହପ୍ରଭାରୀ ହେଲେ ଅପରାଜିତା ଷଡ଼ଙ୍ଗୀ

0

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ଆଜି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିପରି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ବିଜୟପାଲ ଓଡ଼ିଶା ପାଇଁ ନିର୍ବାଚନ ପ୍ରଭାରୀ ଥିଲେ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ଦେଇଛି ଦଳ। ତାଙ୍କୁ କେରଳର ସହପ୍ରଭାରୀ ନିଯୁକ୍ତ କରାଯାଇଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ କରିଥିବା ବେଳେ ଅପରାଜିତାଙ୍କୁ ମିଳିଛି ସହପ୍ରଭାରୀ ଦାୟିତ୍ୱ ଓ ଏମପି ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ମିଳିଛି।

Leave A Reply

Your email address will not be published.