ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଓଡ଼ିଶା ଫୁଟୁବଲ ଆସୋସିଏସନ ସଭାପତି ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

0

କଟକ: ଓଡ଼ିଶା ଫୁଟୁବଲ ଆସୋସିଏସନ(ଫାଓ) ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ପଦ ଛାଡ଼ିବା ସୂଚନା ଦେଇଛନ୍ତି। ବ୍ୟସ୍ତତା ଓ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଛି ବୋଲି (ଫାଓ) ସମ୍ପାଦକଙ୍କୁ ଚିଠିରେ କହିଛନ୍ତି। ଫାଓ ସମ୍ପାଦକ ଆଶ୍ରୀର୍ବାଦ ବେହେରାଙ୍କୁ ଚିଠି ଲେଖି ପଦ ଛାଡିଲେ ଦେବାଶିଷ। ନିଜ ବ୍ୟକ୍ତିଗତ ଜୀବନ କାର୍ଯ୍ୟକ୍ରମ ବ୍ୟସ୍ତତା କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ।

ସରକାର ବଦଳିବା ପରେ ରାଜ୍ୟରେ ଚାଲିଛି ପରିବର୍ତ୍ତନର ଧାରା। ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି। ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା ରାଜନେତା ବଦଳିବେ। ସେପଟେ ଗତ ଦୁଇଟି ନିର୍ବାଚନରେ ଦେବାଶିଷ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ଵ କରି ନିଦ୍ଵନ୍ଦରେ ସଭାପତି ହୋଇ ଆସୁଥିଲେ ବେଳେ ଏଥର କିନ୍ତୁ ରାଧାରମଣ କ୍ଲବ ପକ୍ଷରୁ ତାଙ୍କ ନାଁ ପଠାଯାଇନାହିଁ। ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ବିଜେପି ନେତା ସମୀର ଦେଙ୍କ ନାଁ ଦିଆଯାଇଛି। ତେଣୁ ସମୀର ଦେ ପୁଣି କ୍ରୀଡା ସଂଘକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୨୧ରେ ନିର୍ବାଚନ ହେବ।

ଓଡିଶା ଫୁଟବଲ୍ ସଂଘ ବା ଫାଓ ନିର୍ବାଚନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ସେପଟେ ଫାଓର ସଭାପତି ରହିଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ନିର୍ବାଚନ ପ୍ରକ୍ରିୟାକୁ ଆସିବେନି ବୋଲି ଚର୍ଚ୍ଚା ଧରିଥିବା ବେଳେ ଏବେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ।

Leave A Reply

Your email address will not be published.