ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଛକରେ ଅଭାବନୀୟ ଦୃଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ହଙ୍ଗାମା କଲେ ମହିଳା। ରସୁଲଗଡ଼ ଛକରେ ହଠାତ ଜଣେ ମହିଳା ରାସ୍ତା ମଝିକୁ ଆସିଯାଇ କାରକେଡ ଅଟକାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କ ପାଇଁ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକିଯାଇଥିଲା। ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ହଟାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଯାଇଥିଲା।
ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପାଇଁ ରସୁଲଗଡ଼ ଛକରେ ଅଧଘଣ୍ଟା ହେଲା ପୋଲିସ ଯାତାୟାତ ବନ୍ଦ କରିଥିଲା। ଫଳରେ ଲୋକମାନେ ରାସ୍ତାରେ ଅଟକିରହିଥିଲା। ଏହି ସମୟରେ ସଂପୃକ୍ତ ମହିଳା ମେଡିକାଲ କାମ ଅଛି କହି ଯିବାକୁ ଚାହିଁଥିଲେ । ହେଲେ ପୋଲିସ ତାଙ୍କୁ ଛାଡ଼ିନଥିଲା। ଫଳରେ ମହିଳାଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଆସିଯାଇଥିଲେ। ଏହା ସହିତ ନିକଟରେ ଉପସ୍ଥିତ ଲୋକମାନେ ମଧ୍ୟ ମହିଳାଙ୍କୁ ସମର୍ଥନ ଜଣାଇଥିଲେ।
ପ୍ରମୁଖ ଖବର
ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ