ଭୁବନେଶ୍ୱର: ଭୁବନେଶ୍ୱର ରସୁଲଗଡ଼ ଛକରେ ଅଭାବନୀୟ ଦୃଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡ ଆଗରେ ହଙ୍ଗାମା କଲେ ମହିଳା। ରସୁଲଗଡ଼ ଛକରେ ହଠାତ ଜଣେ ମହିଳା ରାସ୍ତା ମଝିକୁ ଆସିଯାଇ କାରକେଡ ଅଟକାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କ ପାଇଁ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକିଯାଇଥିଲା। ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ହଟାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଯାଇଥିଲା।
ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପାଇଁ ରସୁଲଗଡ଼ ଛକରେ ଅଧଘଣ୍ଟା ହେଲା ପୋଲିସ ଯାତାୟାତ ବନ୍ଦ କରିଥିଲା। ଫଳରେ ଲୋକମାନେ ରାସ୍ତାରେ ଅଟକିରହିଥିଲା। ଏହି ସମୟରେ ସଂପୃକ୍ତ ମହିଳା ମେଡିକାଲ କାମ ଅଛି କହି ଯିବାକୁ ଚାହିଁଥିଲେ । ହେଲେ ପୋଲିସ ତାଙ୍କୁ ଛାଡ଼ିନଥିଲା। ଫଳରେ ମହିଳାଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଆସିଯାଇଥିଲେ। ଏହା ସହିତ ନିକଟରେ ଉପସ୍ଥିତ ଲୋକମାନେ ମଧ୍ୟ ମହିଳାଙ୍କୁ ସମର୍ଥନ ଜଣାଇଥିଲେ।
ପ୍ରମୁଖ ଖବର
କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ