ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଗୈାତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

0

ନୂଆଦିଲ୍ଲୀ: ଗୈାତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି। ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା ।

ତେବେ ଗମ୍ଭୀରକୁ ଗୁରୁ ଦାୟିତ୍ବ ମିଳିଛି। ସେ ପ୍ରଥମଥର ପାଇଁ କୋଚିଂ ଦେବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଏଣ୍ଟ ଏବଂ କୋଲକାତା ନାଇଟ ରାଇଡର୍ସର ମେଣ୍ଟରଭାବେ କାମ କରିଛନ୍ତି। ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ହୋଇଥିଲା। ଅନ୍ୟପଟେ ଲକ୍ଷ୍ନୌରେ ଗମ୍ଭୀର ଦାୟିତ୍ବ ନେଇଥିବାବେଳେ ଦଳ ଗୋଟିଏଥର ଫାଇନାଲ ଖେଳିଥିବାବେଳେ ପରବର୍ଷ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା। ଏଣୁ ସେ ଟିମ ଇଣ୍ଡିଆର ଏହି ଗୁରୁ ଦାୟିତ୍ବ ତୁଲାଇ ପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ଗମ୍ଭୀର ଏହି ପଦ ପାଇଁ ଆବେଦନ କରିବାରେ ଜଣେ ହିଁ ପ୍ରାର୍ଥୀ ଥିଲେ। ତେବେ ୪୨ବର୍ଷିୟ ଗମ୍ଭୀର ୨୦୧୮ ଡିସେମ୍ବର ୪ରେ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ଅଲବିଦା ନେଇଥିଲେ। ସେ ଇଣ୍ଡିଆ ପକ୍ଷରୁ ନିଜ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ୫୮ଟି ଟେଷ୍ଟ ମ୍ୟାଚ୍‌ରେ ହାରାହାରି ୪୧.୯୫ରୁ ୪୧.୫୪ ରନ୍‌ କରିଥିଲେ। ଯେଉଁଥିରେ ସେ ଶତକ ମଧ୍ୟ ରଚିଥିଲେ।

Leave A Reply

Your email address will not be published.