ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗୈାତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

0

ନୂଆଦିଲ୍ଲୀ: ଗୈାତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି। ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ ଭାବେ ଦାୟିତ୍ବ ନେବା ନେଇ ଏକ୍ସରେ ସୂଚନା ଦେଲେ ବିସିସିଆଇ ସଚିବ ଜୟ ଶାହା । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସରିଥିବାବେଳେ ନୂଆ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା ।

ତେବେ ଗମ୍ଭୀରକୁ ଗୁରୁ ଦାୟିତ୍ବ ମିଳିଛି। ସେ ପ୍ରଥମଥର ପାଇଁ କୋଚିଂ ଦେବାକୁ ଯାଉଛନ୍ତି। ଏହାପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଏଣ୍ଟ ଏବଂ କୋଲକାତା ନାଇଟ ରାଇଡର୍ସର ମେଣ୍ଟରଭାବେ କାମ କରିଛନ୍ତି। ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଚାମ୍ପିୟନ ହୋଇଥିଲା। ଅନ୍ୟପଟେ ଲକ୍ଷ୍ନୌରେ ଗମ୍ଭୀର ଦାୟିତ୍ବ ନେଇଥିବାବେଳେ ଦଳ ଗୋଟିଏଥର ଫାଇନାଲ ଖେଳିଥିବାବେଳେ ପରବର୍ଷ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା। ଏଣୁ ସେ ଟିମ ଇଣ୍ଡିଆର ଏହି ଗୁରୁ ଦାୟିତ୍ବ ତୁଲାଇ ପାରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ଗମ୍ଭୀର ଏହି ପଦ ପାଇଁ ଆବେଦନ କରିବାରେ ଜଣେ ହିଁ ପ୍ରାର୍ଥୀ ଥିଲେ। ତେବେ ୪୨ବର୍ଷିୟ ଗମ୍ଭୀର ୨୦୧୮ ଡିସେମ୍ବର ୪ରେ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ଅଲବିଦା ନେଇଥିଲେ। ସେ ଇଣ୍ଡିଆ ପକ୍ଷରୁ ନିଜ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ସେ ୫୮ଟି ଟେଷ୍ଟ ମ୍ୟାଚ୍‌ରେ ହାରାହାରି ୪୧.୯୫ରୁ ୪୧.୫୪ ରନ୍‌ କରିଥିଲେ। ଯେଉଁଥିରେ ସେ ଶତକ ମଧ୍ୟ ରଚିଥିଲେ।

Leave A Reply

Your email address will not be published.