ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆ ସହର ଗଢିବେ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ଅଧିକ ସହରାଞ୍ଚଳ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଅର୍ଥମନ୍ତ୍ରୀ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରୁ ଏଭଳି ସଙ୍କେତ ମିଳୁଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ବଜେଟରେ ୫୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଦେଶ ସ୍ବାଧୀନତା ପରବର୍ତୀ ସମୟରେ ଅର୍ଥାତ୍ ୧୯୫୧ ମସିହା ବେଳକୁ ମାତ୍ର ୪ ପ୍ରତିଶତ ଅଞ୍ଚଳରେ ସହରାଞ୍ଚଳ ଥିଲା। ୨୦୧୧ ଜନଗଣନା ଅନୁସାରେ, ଓଡ଼ିଶାରେ ମଧ୍ୟ ନଗରାଞ୍ଚଳରେ ରହୁଥିବା େଲାକଙ୍କ ସଂଖ୍ୟା ୭୦ଲକ୍ଷ ଟପିଯାଇଥିଲା। ଏବେ କିନ୍ତୁ ନିଯୁକ୍ତି, ଶିକ୍ଷା, କର୍ମସଂସ୍ଥାନ ଆଳରେ ଧୀରେ ଧୀରେ ଗାଁ ଛାଡି ଲୋକମାନେ ସହରାଭିମୁଖୀ ହେଲେଣି। ୨୦୧୧ ଜନଗଣନା ଅନୁସାରେ ଦେଶରେ ୫୫ ପ୍ରତିଶତ ଲୋକ ଗାଁ ଛାଡି ସହରକୁ ଆସିଥିବା ସରକାରୀ ତଥ୍ୟ କହୁଛି। ଏପଟେ ଓଡ଼ିଶା କଥା ବିଚାର କଲେ ଏହି ସଂଖ୍ୟା ୨୦ଲକ୍ଷରୁ ଅଧିକ ବୋଲି ଜଣାପଡିଛି।

ଏକ ହିସାବ କହୁଛି, ୨୦୨୧ ବେଳକୁ ସହରାଞ୍ଚଳ ଲୋକସଂଖ୍ୟା ୧ କୋଟି ଡେଇଁସାରିଥିବ। ସେହିଭଳି ଯେଉଁଭଳି ହାରରେ ଗାଁ ଛାଡି ଲୋକେ ସହରକୁ ଆସିବା ଆରମ୍ଭ କରିଛନ୍ତି, ଏହି ହାର ଗତ ୯ ବର୍ଷ ମଧ୍ୟରେ ୩୩ଲକ୍ଷ ଡେଇଁ ସାରିଥିବା ବିଚିତ୍ର ନୁହେଁ। ଏଣୁ ରାଜ୍ୟ ସରକାରଙ୍କୁ ଅଧିକ ସହରାଞ୍ଚଳ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ଯଦିଓ ବଜେଟ୍ ପ୍ରକ୍ରିୟା ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁକୁ ଫୋକସ୍ କରୁଛନ୍ତି, କିନ୍ତୁ ଗ୍ରାମାଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁନଥିବା କାରଣରୁ ଏଭଳି ଏକ ପରିବର୍ତନ ହୋଇଥିବା ବିଚାର କରାଯାଉଛି।

ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନାହିଁ। ସାମାଜିକ ପ୍ରତିଷ୍ଠା ମିଳୁନଥିବା ତଥା ଅତ୍ୟଧିକ ଲାଭଜନକ ହୋଇପାରୁନଥିବା କାରଣରୁ ଚାଷରୁ ଲୋକମାନେ ମୁହଁ ଫେରାଇଛନ୍ତି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବା ଗ୍ରାମାଞ୍ଚଳରେ ହୋଇନପାରିବା ସହରାଞ୍ଚଳ ପ୍ରତି ଆକର୍ଷଣ ବଢାଉଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ସହରର ଆକାର ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ତେବେ ବଜେଟରେ ବରାଦ ଅର୍ଥ କେଉଁ କେଉଁ ଅଞ୍ଚଳରେ ଖର୍ଚ୍ଚ ହେବ ଓ ସରକାରଙ୍କ ଠୋସ୍ କାର୍ଯ୍ୟକ୍ରମଟି ଏ ଦିଗରେ କଣ ହେବ, ତାହା ସୂଚୀତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଖୁବ୍ ଶୀଘ୍ର ପୁରୀ-ଭୁବନେଶ୍ବର-କଟକ ମିଶିଯିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି।

Leave A Reply

Your email address will not be published.