ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆ ସହର ଗଢିବେ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାର ଅଧିକ ସହରାଞ୍ଚଳ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଅର୍ଥମନ୍ତ୍ରୀ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରୁ ଏଭଳି ସଙ୍କେତ ମିଳୁଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ବଜେଟରେ ୫୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଦେଶ ସ୍ବାଧୀନତା ପରବର୍ତୀ ସମୟରେ ଅର୍ଥାତ୍ ୧୯୫୧ ମସିହା ବେଳକୁ ମାତ୍ର ୪ ପ୍ରତିଶତ ଅଞ୍ଚଳରେ ସହରାଞ୍ଚଳ ଥିଲା। ୨୦୧୧ ଜନଗଣନା ଅନୁସାରେ, ଓଡ଼ିଶାରେ ମଧ୍ୟ ନଗରାଞ୍ଚଳରେ ରହୁଥିବା େଲାକଙ୍କ ସଂଖ୍ୟା ୭୦ଲକ୍ଷ ଟପିଯାଇଥିଲା। ଏବେ କିନ୍ତୁ ନିଯୁକ୍ତି, ଶିକ୍ଷା, କର୍ମସଂସ୍ଥାନ ଆଳରେ ଧୀରେ ଧୀରେ ଗାଁ ଛାଡି ଲୋକମାନେ ସହରାଭିମୁଖୀ ହେଲେଣି। ୨୦୧୧ ଜନଗଣନା ଅନୁସାରେ ଦେଶରେ ୫୫ ପ୍ରତିଶତ ଲୋକ ଗାଁ ଛାଡି ସହରକୁ ଆସିଥିବା ସରକାରୀ ତଥ୍ୟ କହୁଛି। ଏପଟେ ଓଡ଼ିଶା କଥା ବିଚାର କଲେ ଏହି ସଂଖ୍ୟା ୨୦ଲକ୍ଷରୁ ଅଧିକ ବୋଲି ଜଣାପଡିଛି।

ଏକ ହିସାବ କହୁଛି, ୨୦୨୧ ବେଳକୁ ସହରାଞ୍ଚଳ ଲୋକସଂଖ୍ୟା ୧ କୋଟି ଡେଇଁସାରିଥିବ। ସେହିଭଳି ଯେଉଁଭଳି ହାରରେ ଗାଁ ଛାଡି ଲୋକେ ସହରକୁ ଆସିବା ଆରମ୍ଭ କରିଛନ୍ତି, ଏହି ହାର ଗତ ୯ ବର୍ଷ ମଧ୍ୟରେ ୩୩ଲକ୍ଷ ଡେଇଁ ସାରିଥିବା ବିଚିତ୍ର ନୁହେଁ। ଏଣୁ ରାଜ୍ୟ ସରକାରଙ୍କୁ ଅଧିକ ସହରାଞ୍ଚଳ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ଯଦିଓ ବଜେଟ୍ ପ୍ରକ୍ରିୟା ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁକୁ ଫୋକସ୍ କରୁଛନ୍ତି, କିନ୍ତୁ ଗ୍ରାମାଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁନଥିବା କାରଣରୁ ଏଭଳି ଏକ ପରିବର୍ତନ ହୋଇଥିବା ବିଚାର କରାଯାଉଛି।

ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁନାହିଁ। ସାମାଜିକ ପ୍ରତିଷ୍ଠା ମିଳୁନଥିବା ତଥା ଅତ୍ୟଧିକ ଲାଭଜନକ ହୋଇପାରୁନଥିବା କାରଣରୁ ଚାଷରୁ ଲୋକମାନେ ମୁହଁ ଫେରାଇଛନ୍ତି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସେବା ଗ୍ରାମାଞ୍ଚଳରେ ହୋଇନପାରିବା ସହରାଞ୍ଚଳ ପ୍ରତି ଆକର୍ଷଣ ବଢାଉଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ସହରର ଆକାର ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ତେବେ ବଜେଟରେ ବରାଦ ଅର୍ଥ କେଉଁ କେଉଁ ଅଞ୍ଚଳରେ ଖର୍ଚ୍ଚ ହେବ ଓ ସରକାରଙ୍କ ଠୋସ୍ କାର୍ଯ୍ୟକ୍ରମଟି ଏ ଦିଗରେ କଣ ହେବ, ତାହା ସୂଚୀତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଖୁବ୍ ଶୀଘ୍ର ପୁରୀ-ଭୁବନେଶ୍ବର-କଟକ ମିଶିଯିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି।

Leave A Reply

Your email address will not be published.