ପ୍ରମୁଖ ଖବର

ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଏବେ ମହଙ୍ଗା ହୋଇଛି ଖାଇବା ତେଲ, ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର
କାକଟପୁରରେ କୁଣ୍ଢେଇ ବଜାର ସାହୁ ଜୁଏଲାରୀ ମାଲିକ ନିରଞ୍ଜନ ସାହୁଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼
ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମୋଦି, ଜନ୍ମଦିନରେ ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ
ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ
ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଦ୍ଵିତୀୟ ଥରେ ପାଇଁ ଗୁଳିମାଡ଼
ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ, ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ

ଆସନ୍ତା ୧୮ ତାରିଖରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

0

ପୁରୀ: ଆସନ୍ତା ୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର। ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି। ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷ ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ବିଚାରବିମର୍ଶ ପରେ ଗୁରୁବାର ଭିତର ରତ୍ନଭଣ୍ଡାର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି।

ତେବେ ଏନେଇ ସୂଚନା ଦେଇ ରଥ କହିଛନ୍ତି, ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ବୈଠକରେ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୧୮ ତାରିଖ ଗୁରୁବାର ଦିନ ସକାଳ ୯ଟା ୫୧ରୁ ମଧ୍ୟାହ୍ନ ୧୨. ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିବା ପାଇଁ ଶୁଭ ମୁହୂର୍ତ୍ତ ରହିଛି। ଏହି ସମୟ ମଧ୍ୟରେ ପୁଣି ଥରେ ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରିତ କରାଯିବ। ସେପଟେ ମହାପ୍ରଭୁ ରତ୍ନବେଦୀକୁ ଫେରିଛନ୍ତି । ତେଣୁ ଯେପରି ମହାପ୍ରଭୁଙ୍କ ନୀତିକାନ୍ତି ଏଥିପାଇଁ ବାଧାପ୍ରାପ୍ତ ନହୁଏ ସେଥିପାଇଁ ସକାଳ ୮ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବା ସହିତ କେବଳ ଅଧିକୃତ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ହିଁ ପ୍ରବେଶ କରିପାରିବେ ।

ତେବେ କହିରଖୁଛୁ, ଗତ ୧୪ ତାରିଖ ଦିନ ଦାର୍ଘ ୪୬ ବର୍ଷ ପରେ ମହାପ୍ରଭୁଙ୍କର ରତ୍ନଭଣ୍ଡାର ଖୋଲାଯାଇଛି। ଭିତର ଓ ବାହାର ଉଭୟ ରତ୍ନଭଣ୍ଡାର ଖୋଲାଯାଇଥିଲେ ମଧ୍ୟ କେବଳ ବାହାର ରତ୍ନଭଣ୍ଡାର ଅଳଙ୍କାରମାନ ସ୍ଥାନାନ୍ତରିତ କରାଯାଇଛି। ଆଉ ଆସନ୍ତା ୧୮ରେ ଭିତର ରତ୍ନଭଣ୍ଡାର ଖୋଲାଯିବ।

Leave A Reply

Your email address will not be published.