ପ୍ରମୁଖ ଖବର

ସବସିଡି ଦରରେ ଚାଉଳ ଗହମ ଚିନି ପାଇବେ ମଧ୍ୟବିତ୍ତ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇ ବ୍ରହ୍ମାବିଷ୍ଣୁ ଲେଖାଇଲେ ମୁଖ୍ୟମନ୍ତ୍ରୀ
ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ

ଆତ୍ମସମର୍ପଣ କଲେ ୪ ମାଓବାଦୀ

0

ଛତିଶଗଡ: ଛତିଶଗଡ଼ ସୁକ୍‌ମା ଜିଲାରେ ୪ ମାଓବାଦୀ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ଜଣ କୁଖ୍ୟାତ ମହିଳା ମାଓବାଦୀ ଥିବା ବେଳେ ସେମାନେ ପ୍ରାୟ ୧୪ ବର୍ଷ ଧରି ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡରଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେହିପରି ଆଉ ଜଣେ ମହିଳା ସେକ୍ସନ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ୫ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା। ଏହି ୨ ମହିଳାଙ୍କ ବ୍ୟତୀତ ଅନ୍ୟ ୨ ପୁରୁଷ ମାଓବାଦୀ ପ୍ରାୟ ୧୫ ବର୍ଷ ଧରି ସଙ୍ଗଠନରେ ସକ୍ରିୟ ରହିଥିଲେ। ଅନେକ ପ୍ରମୁଖ ମାଓବାଦୀ ଘଟଣାରେ ସମ୍ପୃକ୍ତ ଥିଲେ, ଯାହାଙ୍କ ଉପରେ ମୋଟ ୭ ଲକ୍ଷର ପୁରସ୍କାର ରହିଥିଲା। ଯବାନଙ୍କ ତଲାସି ଅଭିଯାନ ପରେ ଏମାନେ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ସୁକ୍‌ମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ଆତ୍ମସମର୍ପଣକାରୀଙ୍କୁ ସରକାରୀ ନୀତିନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ସୁକ୍‌ମା ଏସ୍‌ପି ପ୍ରକାଶ ଅର୍‌ କହିଛନ୍ତି । ଆଜି ଛତିଶଗଡ଼ରେ ପୋଲିସ ପାଇଁ ଭଲ ଦିନ ଟିଏ । ଗୋଟିଏ ଦିନରେ ମିଳିଛି ଦୁଇଟି ବଡ ସଫଳତା । ଛତିଶଗଡ଼ ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ କମ୍ବିଂ ଅପରେସନ ବେଳେ ପୋଲିସ ଦ୍ୱାରା ତେରେମ୍‌ ଅଞ୍ଚଳରୁ ମଙ୍ଗଳବାର ମହିଳାଙ୍କ ସମେତ ୭ ମାଓବାଦୀ ଗିରଫ ହୋଇଥିବା ବେଳେ ଏପଟେ ସୁକ୍‌ମା ଜିଲାରେ ୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

Leave A Reply

Your email address will not be published.