ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗବେଷଣା କରିବେ ଶିଭାଜିତ

0

ବୀରମହାରାଜପୁର: ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି, ବୀରମହାରାଜପୁରର ଜଣେ ଯୁବକ। ସଫଳତାର ଶିଖରକୁ ପହଞ୍ଚିବାକୁ ପ୍ରୟାସ କରିଥିବା ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଶିଭାଜିତ ଚାନ୍ଦ। ବାପା ଶ୍ରୀନିବାସ ଚାନ୍ଦ ଜଣେ ଓକିଲ ହୋଇଥିବାବେଳେ ମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ପ୍ରତିକୂଳ ପରିସ୍ଥିତିରେ ବି କିଛି କରି ଦେଖାଇବାକୁ ପ୍ରୟାସ ଆରମ୍ଭ କରିଥିବା ଶିଭାଜିତ ଏବେ ସଫଳତାର ଶେଷ ପାହାଚରେ ପହଞ୍ଚି ପାରିଛନ୍ତି। ସ୍ବିଡେନରେ ସଫଳତାର ସହ ଡିଗ୍ରୀ ହାସଲ କରି ଏବେ ସୁଦୂର ଜର୍ମାନୀରେ ଗବେଷଣା କ୍ଷେତ୍ରରେ ପାଦ ଥାପିଛନ୍ତି। ତାହା ପୁଣି ସାଂପ୍ରତିକ ସମୟର ବେଶୀ ଚର୍ଚ୍ଚାରେ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ଉପରେ। ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଦାୟୀ।

ଶିଭାଜିତ ବୀରମହାରାଜପୁରରେ ନିଜର ଅଧ୍ୟୟନ ଆରମ୍ଭ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ବାହାରେ ରହି ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଟେକ୍ନୋଲଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବିଡେନର ଚାଲମର ୟୁନିଭର୍ସିଟି ଅଫ୍‌ ଟେକ୍ନୋଲଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ଏଆଇ କ୍ଷେତ୍ରରେ ସେ ଜଣେ ଜୁନିଅର ବୈଜ୍ଞାନିକ ଭାବରେ ଜର୍ମାନୀରେ ଯୋଗ ଦେବେ। ଯାହାକୁ ନେଇ ପୂରା ପରିବାର ବେଶ ଖୁସି ଓ ଗର୍ବ ଅନୁଭବ କରିବା ସହିତ ତାଙ୍କ ପରିଶ୍ରମ ଫଳରେ ଆଜି ଶିଭାଜିତ ଏହି ସ୍ଥାନକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି ପରିବାର ଲୋକ।

Leave A Reply

Your email address will not be published.