ନୂଆଦିଲ୍ଲୀ: ୧୯୯୯ ମସିହା ଜୁଲାଇ ୨୬ ତାରିଖ ଏ ଦିନଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର । ୧୯୯୯ ମସିହା ଆଜିକୁ ଠିକ ୨୫ ବର୍ଷ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଯାହା କାର୍ଗିଲ ଯୁଦ୍ଧ ଭାବେ ଜଣା । ପାକିସ୍ତାନ ଯେବେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ସେବେଠୁ ଏହି ଲଢେଇ ଆରମ୍ଭ ହୋଇଥିଲା । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଅର୍ଥାତ ଆଜିର ଦିନରେ ପାକିସ୍ତାନ ସେନାକୁ ମାତ ଦେଇ କାର୍ଗିଲ ଉଚ୍ଚ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ସେହି ଦିନକୁ ଐତିହାସିକ କାର୍ଗିଲ ବିଜୟ ଦିବସ ଭାବେ ପାଳନ ହୋଇ ଆସୁଛି । ୧୯୯୯ର କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଏହି ଦିନ ଦେଶ ତାଙ୍କ ଶହୀଦଙ୍କୁ ଅଭିବାଦନ ଜଣାଉଛି।ଅପରେଶନ ବିଜୟରେ ଭାରତୀୟ ସଶସ୍ତ୍ର ବାହିନୀ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲାର ଯେଉଁଠାରେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀମାନେ କବ୍ଜା କରିଥିଲେ ସେହି ଅଞ୍ଚଳକୁ ମୁକ୍ତ କରିଥିଲେ। ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା । ସେହିଦିନ ଠାରୁ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତ ମାତାର ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ବୀରତ୍ୱଗାଥାକୁ ସବୁଦିନ ପାଇଁ ମନେ ରଖିବା ପାଇଁ କୃତଜ୍ଞ ରାଷ୍ଟ୍ର ପ୍ରତ୍ୟେକ ବର୍ଷ ଜୁଲାଇ ୨୬ କୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଛି ।
ପ୍ରମୁଖ ଖବର
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍