ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଆଜି କାର୍ଗିଲ୍ ବିଜୟ ଦିବସ

0

ନୂଆଦିଲ୍ଲୀ: ୧୯୯୯ ମସିହା ଜୁଲାଇ ୨୬ ତାରିଖ ଏ ଦିନଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର । ୧୯୯୯ ମସିହା ଆଜିକୁ ଠିକ ୨୫ ବର୍ଷ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଯାହା କାର୍‌ଗିଲ ଯୁଦ୍ଧ ଭାବେ ଜଣା । ପାକିସ୍ତାନ ଯେବେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ସେବେଠୁ ଏହି ଲଢେଇ ଆରମ୍ଭ ହୋଇଥିଲା । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଅର୍ଥାତ ଆଜିର ଦିନରେ ପାକିସ୍ତାନ ସେନାକୁ ମାତ ଦେଇ କାର୍ଗିଲ ଉଚ୍ଚ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ସେହି ଦିନକୁ ଐତିହାସିକ କାର୍ଗିଲ ବିଜୟ ଦିବସ ଭାବେ ପାଳନ ହୋଇ ଆସୁଛି । ୧୯୯୯ର କାର୍‌ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଏହି ଦିନ ଦେଶ ତାଙ୍କ ଶହୀଦଙ୍କୁ ଅଭିବାଦନ ଜଣାଉଛି।ଅପରେଶନ ବିଜୟରେ ଭାରତୀୟ ସଶସ୍ତ୍ର ବାହିନୀ ଜମ୍ମୁ-କଶ୍ମୀରର କାର୍‌ଗିଲ ଜିଲାର ଯେଉଁଠାରେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀମାନେ କବ୍‌ଜା କରିଥିଲେ ସେହି ଅଞ୍ଚଳକୁ ମୁକ୍ତ କରିଥିଲେ। ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା । ସେହିଦିନ ଠାରୁ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତ ମାତାର ବୀର ସନ୍ତାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ବୀରତ୍ୱଗାଥାକୁ ସବୁଦିନ ପାଇଁ ମନେ ରଖିବା ପାଇଁ କୃତଜ୍ଞ ରାଷ୍ଟ୍ର ପ୍ରତ୍ୟେକ ବର୍ଷ ଜୁଲାଇ ୨୬ କୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଛି ।

Leave A Reply

Your email address will not be published.