ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

୪ ରାଜ୍ୟସଭା ଆସନ ପାଇଁ ଭୋଟ ୨୬ରେ

0

ଭୁବନେଶ୍ବର: ଓଡ଼ିଶାର ୪ଟି ଆସନ ସମେତ ଆଗକୁ ଖାଲି ପଡୁଥିବା ପ୍ରାୟ ୫୫ଟି ରାଜ୍ୟସଭା ପଦବି ଲାଗି ଆଜି ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ଜାରି ହେବ। ସେହିଦିନ ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ଓ ୧୩ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ, ୧୮ ତାରିଖରେ ପ୍ରତ୍ୟାହାର ଶେଷ ତାରିଖ ରହିଛି। ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗ୍ରହଣ କାର୍ଯ୍ୟ ସମାହିତ ହେବ।

ଓଡ଼ିଶାର ଚାରିଟି ଆସନରେ ଏହି ନିର୍ବାଚନ ହେବ। ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ଏହି ଆସନ ଖାଲି ପଡିଥିଲା। ଏହାବ୍ୟତୀତ ବିଜେଡିର ନରେନ୍ଦ୍ର ସ୍ବାଇଁ, ସରୋଜିନୀ ହେମ୍ବ୍ରମ୍ ଓ କଂଗ୍ରେସର ରଂଜୀବ ବିଶ୍ବାଳଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି।

ସେହିଭଳି ଜାତୀୟସ୍ତରରେ କଂଗ୍ରେସର ଦିଗବିଜୟ ସିଂହ, ମୋତିଲାଲ ଭୋରା, ସି ପି ଠାକୁର, କୁମାରୀ ଶୈଳଜା, ସତ୍ୟନାରାୟଣ ଜାଟିଆଙ୍କ ଭଳି ମୋଟ ୫୫ ଜଣଙ୍କର କାର୍ଯ୍ୟକାଳ ଶେଷ ହେଉଛି।

Leave A Reply

Your email address will not be published.