ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ପାରାଦ୍ୱୀପରେ ଚୀନ ଜାହାଜ ଗିରଫ

0

ପାରାଦ୍ୱୀପ: ବକେୟା ଟଙ୍କା ନ ଦେବାରୁ ପାରାଦ୍ୱୀପ ବନ୍ଦରରେ ଗିରଫ ହେଲା ଚୀନ ଜାହାଜ । ZHE HAI IMO-୯୫୬୭୪୭୭ ନାମକ ଏକ ଚୀନ ଜାହାଜକୁ ଗିରଫ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ସବ୍‌ ଜଜ୍ ମଙ୍ଗଳବାର ସନ୍ଧ୍ୟାରେ ଜାହାଜକୁ ଗିରଫ କରିଛନ୍ତି। ଏହି ଜାହାଜଟି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ ନେଇ ପାରାଦ୍ବୀପ ଆସିଥିଲା। ଜାହାଜ ଉପରେ ଓଡ଼ିଶାର ଏକ ସଂସ୍ଥାର ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ରହିଥିଲା। ଜାହାଜ ମାଲିକ ଏହି ବକେୟା ଅର୍ଥ ପ୍ରଦାନ ନ କରିବାରୁ ସଂସ୍ଥା ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ହାଇକୋର୍ଟ ଏହାକୁ ବିଚାର କରି ଉକ୍ତ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁଯାୟୀ, ସ୍କାଣ୍ଡି ଟ୍ରେଡିଂ ଲିମିଟେଡ ନାମକ ସଂସ୍ଥାକୁ ଜାହାଜ ମାଲିକ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ବକେୟା ଦେବାର ଥିଲା। କିନ୍ତୁ ସେ ଏହି ବକେୟା ନ ଦେବାରୁ ସମ୍ପୃକ୍ତ ସଂସ୍ଥା ହାଇକୋର୍ଟରେ ଆବଦେନ କରିଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଭି. ନରସିଂହ ସୋମବାର ଦିନ ଏହାର ଶୁଣାଣି କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଦିନ ଜାହାଜ ଆସି ପାରାଦ୍ବୀପ ବନ୍ଦରରେ ଲାଗିବା ପରେ ଏହାକୁ କରାଯାଇଥିଲା। ଆବେଦନକାରୀ, ହାଇକୋର୍ଟଙ୍କ ଏହି ଆଦେଶ କପି ସହ ହାଇକୋର୍ଟ ମାର୍ସାଲଙ୍କ ଚିଠି ମେଲ, ଫାକ୍ସ ଅବା ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ। ଅଗଷ୍ଟ ପହିଲାକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.