ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

୧୧ଟା ପରେ ଅଫିସ ଆସିଲେ କଟିବ ଦିନକର ଦରମା

0

ଭୁବନେଶ୍ବର: ଏବେ ଠିକ୍ ସମୟରେ ଅଫିସ୍‌ରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ଅଫିସ୍‌ରେ ସାଢେ ୭ ଘଣ୍ଟା କରିବାକୁ ପଡିବ କାମ । ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ପହଞ୍ଚିବାକୁ ପଡିବ ଅଫିସରେ। ୧୦.୩୦ରୁ ଅଧିକ ହେଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା ପରେ ଅଫିସ ଆସିଲେ ତେବେ ସେଦିନକୁ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ଛୁଟି ବୋଲି ଧରାଯିବ। ଏଥିସହିତ ଦରମା ହେବ କାଟ୍। ଏପରି ନୋଟିସ୍ ବିଭାଗୀୟ କର୍ମଚାରୀଙ୍କୁ ଜାରି କରିଛି ଅର୍ଥ ବିଭାଗ।

ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ’ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନଥିଲେ ଅନୁପସ୍ଥିତ ଧରାଯିବ। ଏଥିରେ ଆହୁରି କୁହାଯାଇଛି ଯେ କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା ଆସି ପହଞ୍ଚିବେ। ଏଥିରେ ସେମାନଙ୍କୁ ଅଧା ଘଣ୍ଟାର ଗ୍ରେସ୍ ପିରିୟଡ ମିଳିବ। ଅର୍ଥାତ୍ କାରଣ ବଶତଃ ବିଳମ୍ବ ହେଲେ ସାଢ଼େ ୧୦ଟା ସୁଦ୍ଧା ସେମାନେ ଅଫିସରେ ପହଞ୍ଚି ‘ଚେକ୍ ଇନ୍’ ବା ‘ଅଫିସ୍ ଇନ୍’ କରିପାରିବେ। ଏହି ନିୟମଗୁଡ଼ିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

କର୍ମଚାରୀମାନେ ଅଫିସରେ ଅତିକମ୍‌ରେ ସାଢ଼େ ୭ ଘଣ୍ଟା ଉପସ୍ଥିତ ରହିବେ। ତେଣୁ ଯେଉଁମାନେ ସକାଳ ସାଢ଼େ ୧୦ଟାରେ ‘ଅଫିସ୍ ଇନ୍’ କରିବେ ସେମାନଙ୍କୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ପଡ଼ିବ। ସେମାନେ ସନ୍ଧ୍ୟା ୬ଟା ପରେ ଅଫିସ୍ ଛାଡ଼ିପାରିବେ। ଅଫିସରେ ୪ ଘଣ୍ଟାରୁ ଅଧିକ କିନ୍ତୁ ସାଢ଼େ ୭ ଘଣ୍ଟାରୁ କମ୍ ସମୟ ରହିଥିଲେ ଅଧା ଦିନ ଛୁଟି କାଟି ଦିଆଯିବ। ୪ ଘଣ୍ଟାରୁ କମ୍ ସମୟ ରହିଲେ ଗୋଟିଏ ଦିନ ଛୁଟି କାଟି ଦିଆଯିବ। ଆବଶ୍ୟକ ପଡ଼ିଲେ ଜଣେ କର୍ମଚାରୀ ସନ୍ଧ୍ୟା ସାଢ଼େ ୫ଟା ପରେ ବା ସାଢ଼େ ୭ ଘଣ୍ଟାରୁ ଅଧିକ ସମୟ କାମ କରିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କାମ ଶେଷ ହେବା ପର୍ଯ୍ୟନ୍ତ ଜଣେ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡ଼ିବ। ତେଣୁ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.