ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ଜୋକ

0

ଭଦ୍ରକ: ପିଲାମାନଙ୍କ ମଧ୍ୟାନ୍ନ ଭୋଜନ ଖାଦ୍ୟରୁ ମିଳିଲା ଜୋକ। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ଜୋକ ବାହାରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଭାରପ୍ରାପ୍ତ ପ୍ରାଧନ ଶିକ୍ଷକ ପର୍ଶୁରାମ ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସ୍ଥାନୀୟ କାଉନସିଲରଙ୍କୁ ଅବଗତ କରାଇଥିଲେ। ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜଣାଇଥିଲେ। ଏକ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି। ଉକ୍ତ ସଂସ୍ଥା ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି।

Leave A Reply

Your email address will not be published.