ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ଯା

0

କଟକ: ଯୋବ୍ରା ବ୍ଯାରେଜ ନିକଟରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ। ଯୁବକଙ୍କ ନାମ ମୃତ୍ୟୁଞ୍ଜୟ ମାଣିକ। ତାଙ୍କ ଘର ଭବନେଶ୍ୱର ଭିଏଏସଏସ ନଗର ବୋଲି ଜଣାପଡିଛି। ଅପରାହ୍ନ ୪ ସମୟରେ ଯୋବ୍ରା ବ୍ୟାରେଜ୍ ୭୪ନମ୍ବର ଗେଟ୍ ଉପରୁ ଡେଇଁ ଆତ୍ମହତ୍ଯା କରିଛନ୍ତି ମୃତ୍ଯୁଞ୍ଜୟ।

ତେବେ କେଉଁ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ି ନଥିବାବେଳେ ଘଟଣା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିଥିଲା। ତେବେ ସଂଧ୍ଯା ହୋଇଯିବା ଯୋଗୁଁ ଆଜି ଉଦ୍ଧାର କାର୍ଯ୍ଯ ବନ୍ଦ ରଖାଯାଇଛି। ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ଯ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ। ସେପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଯୁବକଙ୍କ ପରିବାର ଲୋକ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.