ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଗିରଫ ସନ୍ଦୀପ ଘୋଷଙ୍କୁ ନିଲମ୍ବିତ କଲେ ସରକାର

0

ପଶ୍ଚିମବଙ୍ଗ: ଗିରଫ ହୋଇଥିବା ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଆର୍ଥିକ ହେରଫେରର ଅଭିଯୋଗ ଆସିଥିଲା। ଏହି ମାମଲାରେ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା। ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧଛି।

ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଇ ୮ ଦିନ ପାଇଁ ରିମାଣ୍ତରେ ନେଇଛି। ସିବିଆଇ ତାଙ୍କୁ ରିମାଣ୍ତରେ ନେବା ପରେ ବେଙ୍ଗଲ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। 

Leave A Reply

Your email address will not be published.