ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଜେଲ ଗଲେ ଜେଲ ସୁପରିଟେଣ୍ଡଣ୍ଟ

0

ଭୁବନେଶ୍ବର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି।

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ ଭୁବନେଶ୍ବର ଝାରପଡ଼ାରେ ୪ ମହଲା ବିଶିଷ୍ଟ କୋଠା। ୩୩୦୦ ବର୍ଗ ଫୁଟରରେ ହୋଇଥିବା ଏହି କୋଠାର ଦାମ ପ୍ରାୟ ୧.୬୪ କୋଟି ଟଙ୍କା ବୋଲି ଭିଜିଲାନ୍ସ ଟିମ ଜାଣିବାକୁ ପାଇଛି । ସେହିପରି ଭୁବନେଶର, ବଲାଙ୍ଗୀର, ଢେଙ୍କାନାଳରେ ମୂଲ୍ୟବାନ ଘର ଡିହ ପ୍ଲଟ, ଭୁବନେଶର ଧଉଳିରେ ପ୍ଲଟ, ବଲାଙ୍ଗୀରରେ ୨ଟି ପ୍ଲଟ, ଢେଙ୍କାନାଳ ମହିଷାପାଟରେ ପ୍ଲଟର ସନ୍ଧାନ ପାଇଛି ଭିଜିଲାନ୍ସ । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟରେ ଥିବା ୬.୨୪ ଲକ୍ଷ, ଗୋଟିଏ ଲେଖାଏଁ କାର ଓ ବାଇକ ,୧୪.୪୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି।

ତେବେ ତଦନ୍ତ ଚାଲିଥିବାରୁ ସମ୍ପତ୍ତି ପରିମାଣ ବଢିବାର ସମ୍ଭାବନ ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦୧ ରେ କୁଚିଣ୍ଡା ସବ ଜେଲର ଆସିଷ୍ଟାଣ୍ଟ ଭାବେ ସତ୍ୟପ୍ରକାଶ ସାଇଁ ଚାକିରି ଆରମ୍ଭ କରିଥିଲେ। ଗତ ଜୁନରେ ଝାରପଡାରୁ ବଦଳି ହୋଇ କେନ୍ଦୁଝର ଜିଲା କାରାଗାରର ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ଜେଲରେ କଏଦୀଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ଟଙ୍କା ନେବା ଓ ଜେଲ ଭିତରେ ଅନ୍ତେବାସୀଙ୍କୁ ନିଶା ଚାଲାଣରେ ଭଳି ସାଙ୍ଘାତିକ ଅଭିଯୋଗ ସତ୍ୟପ୍ରକାଶଙ୍କ ନାଁରେ ପିଟିସନ ଫାଇଲ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.