ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

0

କେନ୍ଦୁଝର: ରାଜ୍ୟରେ ଖୁବ ଶୀଘ୍ର ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। କେନ୍ଦୁଝରରେ ସୁଭଦ୍ରା ରଥର ଶୁଭାରମ୍ଭ ଅବସରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆସୂଚନା ଦେଇଛନ୍ତି। ୩ ମାସ ମଧ୍ୟରେ ଏହି ପଦବୀ ପୂରଣ ହେବ ପୂରଣ ହେବ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୩ ହଜାର ଫରେଷ୍ଟ ଗାର୍ଡ ପଦବୀ ଖାଲିପଡ଼ିଛି। ଏଥିରୁ ୨ ହଜାର ପଦବୀ ପୂରଣ କରାଯିବ। ଏନେଇ ପ୍ରସ୍ତୁତି ଚାଲିଥିବା ମନ୍ତ୍ରୀ କହିଛନ୍ତି। ଆଜି କେନ୍ଦୁଝରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଯୋଗ ଦେଇ ପତାକା ଦେଖାଇ ଏହି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।

Leave A Reply

Your email address will not be published.